Latest Odisha News

BREAKING NEWS

ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ବିଏସଏଫ କନେଷ୍ଟବଳ ଗିରଫ

ଅହମ୍ମଦାବାଦ: ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଆଜି ବିଏସଏଫର ଜଣେ କନେଷ୍ଟବଳ ଗିରଫ ହୋଇଛନ୍ତି । ଜମ୍ମୁ-କଶ୍ମୀରର ରାଜୌରୀ ବାସିନ୍ଦା ମହମ୍ମଦ ସଜାଦଙ୍କୁ ଗାନ୍ଧୀନଗରରୁ ଗୁଜରାଟ ଏଟିଏସ ତାଙ୍କୁ ଗିରଫ କରିଥିଲା ।

ବିଏସଏଫରେ ଯୋଗ ଦେବା ପୂର୍ବରୁ ସଜ୍ଜାଦ ପାକିସ୍ତାନରେ ୪୬ ଦିନ ରହିଥିଲେ ବୋଲି ଏଟିଏସ ଡିପ୍ଟି ଏସପି ବିଏମ ଚାୱଡା କହିଛନ୍ତି । ସେ ହ୍ୱାଟସଆପ ମାଧ୍ୟମରେ ପାକିସ୍ତାନକୁ ଭାରତର ଗୁପ୍ତ ତଥ୍ୟ ଯୋଗାଉଥିଲା । ଭୂଜର କୁଚ୍ଛ ଜିଲ୍ଲାରେ ତାଙ୍କର ପୋଷ୍ଟିଂ ହୋଇଥିଲା ।

Leave A Reply

Your email address will not be published.