Latest Odisha News

BREAKING NEWS

ମମିତାଙ୍କ ପରିବାରକୁ ଭେଟିବେ ପୂର୍ବତନ ପୋଲିସ ଡିଜି

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲା ।  ମଙ୍ଗଳବାର ବଲାଙ୍ଗିର ଯିବ ବିଜେପିର ସ୍ୱତନ୍ତ୍ର ୧୫ ଜଣିଆ ଟିମ୍‌ । ବିଜେପିର ଏହି ଟିମ୍‌ ମମିତାଙ୍କୁ ପାରିବାରାକୁ ଭେଟିବାକୁ ଯିବ । ମମିତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କାରିବ । ତେବେ ବିଜେପିର ଏହି ସ୍ୱତନ୍ତ୍ର ଟିମ୍‌ରେ ହାଇଭୋଲଟେଜ୍‌ ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ ବରିଷ୍ଠ ଆଇନ୍‌ଜୀବୀ ପିତାମ୍ବର ଆଚାର୍ଯ୍ୟ ସାମିଲ ଅଛନ୍ତି ।

ତେବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବଲାଙ୍ଗିର ଯାଉଥିବା ଏହି ଟିମ୍‌ରେ ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ, ବିଧାୟକ ମୋହନ ମାଝି, ମୁକେଶ ମହାଲିଙ୍ଗ ପ୍ରମୁଖ ସାମିଲ ଅଛନ୍ତି ।

ସେପଟେ ମମିତା ମେହେର ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଡିଆଇଜି କହିଲେ ପୋତା ଯାଇଥିବା ସ୍ଥାନରୁ ମିଳିଲା ମମିତାଙ୍କ ବ୍ୟାଗ୍ । ଯାହାକୁ  ଚିହ୍ନଟ କରିଛନ୍ତି ମମିତାଙ୍କ ପରିବାର ଲୋକ । ଆଉ ଅଭିଯୁକ୍ତ ରାଧେ ଘରୁ ମିଳିଥିବା ବ୍ୟାଗ୍‌ କାହାର ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ କାରଣ ସେହି ବ୍ୟାଗ୍‌କୁ ମମିତାଙ୍କ ପରିବାର ଲୋକ ଚିହ୍ନଟ କରିପାରି ନାହାନ୍ତି ।

Leave A Reply

Your email address will not be published.