Latest Odisha News

BREAKING NEWS

ଭୁବନେଶ୍ୱରରେ ଲୁଟେରାଙ୍କ ମରଣାନ୍ତକ ଆକ୍ରମଣ, ମହିଳା ଗୁରୁତର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କାରଗିଲ୍ ରୋଡରେ ବୁଧବାର ଦିନ ଭୋରରୁ କିଛି ଦୁର୍ବୃତ୍ତ ଜଣେ ମହିଳା ଓ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ତା’ଙ୍କ ଠାରୁ ସୁନା ଗହଣା ଲୁଟି ନେଇଛନ୍ତି ।

ପରବର୍ତ୍ତୀ ସମୟରେ ପୋଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବାବେଳେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ମିଳିିଛି ।

ମିଳିଥିବା ସୂଚନାନୁଯାୟୀ ଏକ ମୋବାଇଲ ଦୋକାନର ମାଲିକାଣୀ ଆଜି ଭୋର୍ ସମୟରେ ତାଙ୍କର ଜଣେ କର୍ମଚାରୀଙ୍କ ସହ ପୋଖରୀପୁଟରୁ ମାଷ୍ଟର କ୍ୟାଣ୍ଟିନସ୍ଥିତ ରେଳ ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଅପରପକ୍ଷରେ ରେଳ ଷ୍ଟେସନରୁ ଉକ୍ତ ମାଲିକାଣୀ ଜଣକ ନିଜ ସ୍ୱାମୀକୁ ଆଣିବାକୁ ଯାଉଥିବା ନେଇ ସୁତ୍ରରୁ ପ୍ରକାଶ ।

ଏହି ସମୟରେ ପାଖାପାଖି ୩ ଜଣ ଦୁବୃର୍ତ୍ତ ଏକ ବାଇକ ଯୋଗେ ତାଙ୍କ ପିଛା କରିବା ସହ ନିଛାଟିଆ ରାସ୍ତା ଦେଖି ମହିଳାଙ୍କ ସ୍କୁଟିକୁ ଗୋଇଠା ମାରିଥିଲେ । ଫଳରେ ମହିଳା ଓ ତାଙ୍କ କର୍ମଚାରୀ ଦୁହେଁ ତଳେ ପଡିଯାଇଥିଲେ । ଏହି ସମୟରେ ଦୁବୃର୍ତ୍ତମାନେ ତାଙ୍କ ଠାରୁ ଟଙ୍କା ପଇସା ସହ ସୁନା ଗହଣା ସବୁ ଲୁଟି ନେଇଥିଲେ ।

ଏହି ଘଟଣା ନବୀନ ନିବାସ ଠାରୁ ମାତ୍ର ୧୦୦ମି. ଦୂରରେ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଏୟାରଫିଲ୍ଡ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.