Latest Odisha News

BREAKING NEWS

ବ୍ରହ୍ମପୁର ଗିରିରୋଡ୍‌ରେ ଆକ୍ରମଣ ଘଟଣା; ଫେରାର ମୁକେଶକୁ ଏନକାଉଣ୍ଟର

ବ୍ରହ୍ମପୁର: ବ୍ରହ୍ମପୁର ଗିରିରୋଡ୍‌ ରେ ଉମେଶ ରଥ ନାମକ ଜଣେ ଯୁବକଙ୍କୁ ପିଟିବା ଘଟଣା । ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଟାମଣା ଘାଟିରେ ପୋଲିସ ଓ ମୁକେଶ ମୁହାଁ ମୁହିଁ ହୋଇଥିଲେ । ଏହା ପରେ ମୁକେଶ ପୋଲିସ ଉପରକୁ ଗୁଳି ଚଳାଇଥିଲା ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା । ଯେଉଁଥିରେ ତାର ହାତରେ ଓ ଗୋଡ଼ରେ ଗୁଳି ବାଜିଛି ।

ଚିକିତ୍ସା ପାଇଁ ମୁକେଶକୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ, ଏହି ଘଟଣାରେ ୨ ଅଭିଯୁକ୍ତ ଶ୍ରୀରାମନଗର ଅଞ୍ଚଳର ଲିଙ୍ଗରାଜ ସାମଲ ଓ ବୈଦ୍ୟନାଥପୁର ଥାନା ଅଞ୍ଚଳର ରାଜୁ ମାଲହୋତ୍ରାକୁ ଗିରଫ କରିଛି ପୋଲିସ । ସେମାନଙ୍କ ସୂଚନା ଆଧାରରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମୁକେଶକୁ ଗୋଳନ୍ଥରା ଥାନା ଅଞ୍ଚଳରେ ଏନକାଉଣ୍ଟର କରାଯାଇଥିବା ବ୍ରହ୍ମପୁର ଏସପି ଶରଭଣା ବିବେକ ଏମ୍. ପ୍ରକାଶ କରିଛନ୍ତି ।

ଗତ ସୋମବାର ସନ୍ଧ୍ୟାରେ ଗଜପତି ନଗର ବାସିନ୍ଦା ଉମେଶ ରଥ ଓ ତାଙ୍କ ବାନ୍ଧବୀ ଗିରିରୋଡ଼ରେ ଯାଉଥିବା ବେଳେ ମୁକେଶ ଓ ଆଶିଷ ଦୁଇ ଭାଇ ସମେତ କିଛି ଯୁବକ ଆସି ହଠାତ୍ ଉମେଶଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ । ଉମେଶଙ୍କୁ ତଳେ ପକାଇ ମାଡ଼ ମାରି ଚାଲିଥିଲେ ଯୁବକମାନେ । ନୃସଂସ ଭାବେ ମାଡ଼ ମାରିବା ପରେ ରକ୍ତାକ୍ତ ଅବସ୍ଥାରେ ଉମେଶଙ୍କୁ ଛାଡ଼ିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।

Leave A Reply

Your email address will not be published.