Latest Odisha News

BREAKING NEWS

କୋଭିଡ କଟକଣାକୁ ଫୁ’: ଜମିଲା କୁକୁଡା ଲଢ଼େଇ, ସାମିଲ ହେଲେ ଶହ ଶହ ଲୋକ

ବାଲେଶ୍ୱର: କୋଭିଡ କଟକଣାକୁ ଫୁ’ କରି ଉଡାଇ ଦେଲେ ଲୋକେ । ଭୁଲିଗଲେ କରୋନା ଗାଇଡଲାଇନ୍ । ରୁଣ୍ଡ ହେଲେ ଶହ ଶହ ଲୋକ । ଏକାଠି ହୋଇ ଦେଖିଲେ କୁକୁଡା ଲଢ଼େଇ । ନା ଥିଲା ସାମାଜିକ ଦୂରତା, ନା ଥିଲା କାହାରିବି ମୁହଁରେ ମାସ୍କ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।

ଚାରିଆଡେ କରୋନା କାୟା ମେଲୁଥିବା ବେଳେ ଏଠି କରୋନାକୁ ନେଇ କାହାରି ମନରେ ଭୟ ନାହିଁ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମାନ୍ଧାତା ହାଟରେ ଏଭଳି କୁକୁଡା ଲଢେଇ ଦେଖିବାକୁ ମିଳିଛି । ସେପଟେ ଏନେଇ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ପ୍ରଶାସନର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି, ଆମ ପାଖରେ ଏଭଳି କୌଣସି ଖବର ନାହିଁ ।

Leave A Reply

Your email address will not be published.