Latest Odisha News

BREAKING NEWS

5G ନେଟୱାର୍କ ବିରୋଧରେ ଜୁହି ଚାୱଲାଙ୍କ ଆବେଦନ ଖାରଜ କଲେ ଏଚ୍‌ସି; ଦେବେ ୨୦ ଲକ୍ଷ ଫାଇନ

ନୂଆଦିଲ୍ଲୀ: 5G ନେଟୱାର୍କ ବିରୋଧରେ ଅଭିନେତ୍ରୀ ଜୁହି ଚାୱଲାଙ୍କ ଆବେଦନକୁ ଦିଲ୍ଲୀ ଏଚସି ଆଜି ଖାରଜ କରିଦେଇଥିବା ସୂଚନା ମିଳିଛି। ଏହାସହିତ ଆବେଦନକାରୀଙ୍କୁ ୨୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିଛନ୍ତି କୋର୍ଟ।

ଭାରତରେ 5G ଟେଲିକମ୍ ଟେକ୍ନୋଲୋଜିର ‘ପରୀକ୍ଷିତ’ ପ୍ରୟୋଗ ବିରୋଧରେ ଅଭିନେତ୍ରୀ ଜୁହି ଚାୱଲାଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଖାରଜ କରି ଦେଇଛନ୍ତି ଏବଂ ସମସ୍ତ ଆବେଦନକାରୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶରେ କୁହାଯାଇଛି ଯେ ଚାୱଲା ଆଇନ ପ୍ରକ୍ରିୟାର ଅପବ୍ୟବହାର କରିଛନ୍ତି। ଏହା କେବଳ ପ୍ରଚାର ପ୍ରସାର ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି କୋର୍ଟ।

ଏଥିରେ କୁହାଯାଇଛି ଯେ ଜୁହି ଚାୱଲା ସୋସିଆଲ ମିଡିଆରେ ଶୁଣାଣିର ଲିଙ୍କ ପ୍ରଚାର କରିଥିଲେ ଯାହା ତିନିଥର ବ୍ୟାଘାତ ସୃଷ୍ଟି କରିଥିଲା। କୋର୍ଟ କହିଛନ୍ତି, “ଦିଲ୍ଲୀ ପୋଲିସ ସେହି ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବ ଏବଂ ଯେଉଁମାନେ ବ୍ୟାଘାତ ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Leave A Reply

Your email address will not be published.