Latest Odisha News

BREAKING NEWS

ବନ୍ଦ କ୍ରସରରୁ ଆଇରନ ଚୋରି ଉଦ୍ୟମ ବିଫଳ

ବାଂଶପାଳ: ବନ୍ଦ ଥିବା କ୍ରସରରୁ ଆଇରନ ଚୋରି  ଉଦ୍ୟମ ବିଫଳ ହୋଇଛି । କ୍ରସର ଚୋରି କରିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ୬ଟି ଗାଡି ଅଟକ ରହିଥିବା ଜଣାପଡ଼ିଛି । ସଦର ଥାନା ଅନ୍ତର୍ଗତ ବାୟାକୁମୁଟିଆ ଗୋପାଳ ସାହି ଠାରେ ଏକ ବ୍ୟାଙ୍କ କବଜାରେ ଥିବା ବନ୍ଦ କ୍ରସରରୁ ଗତ ରାତ୍ରିରେ କିଛି ଲୋକ ଗଛିତ ଥିବା ଆଇରନକୁ ଚୋରି କରିବା ପାଇଁ ଉଦ୍ୟମ ଚଳାଇଥିଲେ। 

ସେମାନେ ବୋଲେରୋ ଯୋଗେ ଆସି ଏକ ମେସିନ୍ ଯୋଗେ ଲୋଡ କରୁଥିଲେ । ଏହି ସମୟରେ ଗ୍ରାମବାସୀ ଏକଜୁଟ ହୋଇ ଚୋରି ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି । ଗୋପଳସାହିର ଏସପି ମୋଟର୍ସରୁ ଗତକାଲି ରାତିରେ ୪ଟି ଟ୍ରକ ଏକ ଜେସିବି ମେସିନ ଓ ଏକ ବଲେରୋ ଅଟକ ରଖିଛନ୍ତି ସ୍ଥାନୀୟ ଲୋକମାନେ । 

Leave A Reply

Your email address will not be published.