Latest Odisha News

BREAKING NEWS

ଡେଡ୍ ଲାଇନ:୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ, ବିସ୍ଥାପିତଙ୍କୁ ମିଳିବ ଉଚିତ ଥଇଥାନ ଓ କ୍ଷତିପୂରଣ

ବଲାଙ୍ଗିର: ଅତି ଶୀଘ୍ର ସମ୍ପୂର୍ଣ୍ଣ ହେବ ବଲାଙ୍ଗୀର ଜିଲ୍ଲାର ଲାଇଫ ଲାଇନ ପ୍ରକଳ୍ପ ଲୋୟର ସୁକତେଲ । ଦିଆଗଲାଣି ଡେଡ୍ ଲାଇନ । ଆଗାମୀ ୨୦୨୩ ସୁଦ୍ଧା କାମ ସମ୍ପୁର୍ଣ୍ଣ କରିବାକୁ ନିର୍ଦେଶ ମିଳିସାରିଛି । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ବିସ୍ଥାପିତଙ୍କ ସମସ୍ୟାର ସମାଧାନ ସହ କାମକୁ ସମ୍ପୂର୍ଣ୍ଣ କରିବାକୁ ହାଇ ଲେବେଲ ବା ଉଚ୍ଚସ୍ତରୀୟ ଟିମର ନିର୍ଦ୍ଦେଶ ପରେ ଏବେ ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ଶେଷ ହେବା ନେଇ ଆଶା ଦେଖାଦେଇଛି । ସେପଟେ ଏଭଳି ସରକାରଙ୍କ ତତ୍ପରତାକୁ ପ୍ରଶଂସା କରିଛନ୍ତି ବଲାଙ୍ଗୀରବାସୀ ।

ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ବନ୍ଦ ପଡିଥିଲା ଲୋୟର ସୁକତେଲ ପ୍ରକଳ୍ପ । ତେବେ କାମ ତ୍ବରାନ୍ବିତ କରାଯିବା ପାଇଁ ମୁଖ୍ୟ ବାଧା ସାଜୁଥିବା ବିସ୍ଥାପିତଙ୍କ ସମସ୍ୟାର ସମାଧାନ ମଧ୍ୟ ହେବ । ଏହାକୁ ନେଇ ସମସ୍ତ ସମାଧାନର ବାଟ ଫିଟା ଯିବା ସହ ସେମାନଙ୍କୁ ଉଚିତ ଥଇଥାନ ଓ କ୍ଷତିପୂରଣ ଦିଆଯିବ । ସେମାନଙ୍କ ସାହାଯ୍ୟ ସହଯୋଗ ରହିଲେ ରଖାଯାଇଥିବା ଡେଡ୍ ଲାଇନ୍ ୨୦୨୩ ସୁଦ୍ଧା ନିଶ୍ଚିତ ଭାବରେ କାମ ସମ୍ପୁର୍ଣ୍ଣ ହେବା ନେଇ ପ୍ରଶାସନ ଆଶା ରଖିଛି ।

ବଲାଙ୍ଗିର ଜିଲ୍ଲା ସହ ପଡୋଶୀ ଜିଲ୍ଲାମାନଙ୍କୁ ମଧ୍ୟ ଜଳସେଚନରେ ଏ ପ୍ରକଳ୍ପ ସାହାଯ୍ୟ ଯୋଗାଇବାକୁ ଥିବା ବେଳେ ୨୦୦୦ ମସିହାଠାରୁ ଆରମ୍ଭ ହୋଇଛି ଏହାର କାମ । କିନ୍ତୁ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇପାରୁନଥିବାରୁ ଆଜି ପର୍ଯ୍ୟନ୍ତ ଏହାର କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ । ତେବେ ହାଇଲେବେଲ ଟିମ୍‌ର ଗସ୍ତ ପରେ ପ୍ରକଳ୍ପ କାମ ଅତି ଶୀଘ୍ର ଆରମ୍ଭ ହେବା ସହ ବିସ୍ଥାପିତଙ୍କ ଥଇଥାନ ତୁରନ୍ତ ହେବା ନେଇ ଆଶା ଦେଖାଦେଇଛି । ଯାହାକୁ ନେଇ ବୁଦ୍ଧିଜୀବୀ ରାଜ୍ୟ ସରକାରଙ୍କ ସହ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.