Latest Odisha News

ବିମାନବନ୍ଦର ସ୍ଥାପନ ନେଇ ସପ୍ତମ ପଥପ୍ରାନ୍ତ ସଭା

ବ୍ରହ୍ମପୁର: ବ୍ରହ୍ମପୁର ଆଂକୁଲି ଛକଠାରେ ସପ୍ତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ବ୍ୟାନେର ଦସ୍ତଖତ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି । 

ବ୍ରହ୍ମପୁରଠାରେ ବିମାନ ବନ୍ଦର ସ୍ଥାପନ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନ ପ୍ରସ୍ତାବ ଆକାରରେ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ନିଜ ଆଡୁ କୌଣସି ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ଆକାରରେ ରଖିନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । 

ଗଞ୍ଜାମ ଜିଲ୍ଲାରେ ଏହାର ନକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଅନେକ ଦିନରୁ ଜନଗଣଙ୍କ ମହଲରେ ବିମାନ ବନ୍ଦର ସ୍ଥାପନ ନେଇ ଏକ ଆଶା ସଂଚାର ହୋଇଛି । ଆଜିର ପଥପ୍ରାନ୍ତ ସଭାରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ରାଜେନ୍ଦ୍ର ପଣ୍ଡା, ସହ ଆବାହକ ଅବନୀ ଗୟା, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ଗଗନ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.