Latest Odisha News

ଜୁଲାଇରେ ନିଲାମ ହେବ ରାଜ୍ୟର ୧୦ଟି ଖଣି: ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଜୁଲାଇ ମାସରେ ରାଜ୍ୟରେ ପାଖାପାଖି ୫ରୁ ୧୦ଟି ଖଣି ନିଲାମ ହେବ ବୋଲି ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଶନିବାର ଦିନ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ, ୨୦୨୦ ମସିହା ସୁଦ୍ଧା ପାଖାପାଖି ୨୪ଟି ଖଣି ବନ୍ଦ ହେବ ।

“ତେବେ ଏହି ନିଲାମ ଦ୍ୱାରା ଶିଳ୍ପ ସଂସ୍ଥା ଗୁଡିକୁ କଞ୍ଚାମାଲର କୌଣସି ଅଭାବ ପରିଲିକ୍ଷିତ ହେବ ନାହିଁ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ଏଥିସହିତ କଞ୍ଚାମାଲର ଅଭାବ ପୂରଣ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ” ବୋଲି ମନ୍ତ୍ରୀ କହିଛନ୍ତି । ଏବେ ଆମ ପାଖରେ ପ୍ରାୟ ୩ଟି ଖଣି ନିଲାମ ହେବାକୁ ରହିଛି । ସେଥିମଧ୍ୟରୁ ଜୁଲାଇ ମାସରେ ପାଖାପାଖି ୫ରୁ ୧୦ଟି ଖଣି ନିଲାମ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ କୋଇଲା ରୟାଲିଟି ସଂଶୋଧନ ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି, ଏନେଇ ବାରମ୍ବାର କେନ୍ଦ୍ର ନିକଟରେ ଦାବି କରାଯାଉଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଉନାହାଁନ୍ତି । ଯାହାଫଳରେ ଓଡିଶା ବିପୁଳ ପରିମାଣରେ ରାଜସ୍ୱ ହରାଉଛି ।

Leave A Reply

Your email address will not be published.