Latest Odisha News

BREAKING NEWS

ଇ-ସାଇକେଲ ଲଂଚ କଲା କାର ନିର୍ମାତା ‘ଅଡ଼ି’

ନ୍ୟୁୟର୍କ: ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଇ-ସାଇକେଲକୁ ନେଇ କ୍ରେଜ୍ ବଢ଼ିବାରେ ଲାଗିଛି । ବିଶେଷ କରି ଡିଜାଇନ ସାଙ୍ଗକୁ ଅଳ୍ପ ପରିଶ୍ରମରେ ଏହି ସାଇକେଲ ଚଳାଇହେଉଥିବାରୁ ଏବେ ଅଧିକାଂଶ ଯୁବପିଢ଼ି ଇ-ସାଇକେଲକୁ ଆପଣାଉଛନ୍ତି । ଏହାକୁ ନଜରରେ ରଖି କାର ନିର୍ମାତା ଅଡି ଏହାର ଇ-ସାଇକେଲ ଲଂଚ କରିଛି । ଏହି ଇ-ସାଇକେଲରେ ଫ୍ରେମ୍ ଆଲୁମିନିୟମରୁ ତିଆରି ହୋଇଥିବାବେଳେ ଥରେ ଚାର୍ଜ କଲେ ଏହି ସାଇକେଲ ୧୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ ।

ମିଡିଆ ରିପୋର୍ଟ ଅନୁଯାୟୀ ଅଡି ଏହି ଇ-ସାଇକେଲର ପ୍ରାରମ୍ଭିକ ମୂଲ୍ୟ ୮ ଲକ୍ଷ ଟଙ୍କା ରଖିଛି । ଏହି ଇ-ସାଇକେଲରେ ୨୫୦ ୱାଟର ମୋଟର ଲାଗିଥିବାବେଳେ ଏହି ସାଇକେଲକୁ ଆବଡ଼ାଖାବଡ଼ା ରାସ୍ତାରେ ମଧ୍ୟ ଚଳାଇହେବ । ଇକୋ, ବୁଷ୍ଟ ସହିତ ଚାରୋଟି ଭିନ୍ନ ମୋଡ୍ ଥିବା ଏହି ସାଇକେଲ ବଜାରରେ, ପୋର୍ସର ଇ-ସାଇକେଲ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ । ଇ-ସାଇକେଲରେ ଭିଟୋରିଆ ଟାୟାର, ଡିସ୍କ ବ୍ରେକ୍, ସିଫ୍ଟର୍ ଏବଂ ଡେରେଲର୍ ଅଛି । ସମ୍ପ୍ରତି ଏହା ଆମେରିକାରେ ଲଞ୍ଚ କରାଯାଇଛି । ଖୁବ୍ ଶୀଘ୍ର ଏହା ଭାରତୀୟ ବଜାରରେ ଲଞ୍ଚ ହେବ।

Leave A Reply

Your email address will not be published.