Latest Odisha News

BREAKING NEWS

ଓସ୍କାର ପୁରସ୍କାର ପାଇଁ ବାଲୁକା କଳାରେ ଶୁଭେଚ୍ଛା

ପୁରୀ : ଚଳିତ ବର୍ଷ ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ । ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି ‘RRR’ ଫିଲ୍ମର ନାଟୁ ନାଟୁ ଗୀତ ଏବଂ  ଚଳଚ୍ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସପରର୍ସ’ । ‘RRR’ ଫିଲ୍ମର ନାଟୁ ନାଟୁ ଗୀତକୁ ଓରିଜିନାଲ ଗୀତ ବର୍ଗରେ ଏବଂ ଚଳଚ୍ଚିତ୍ର ‘ ଦ ଏଲିଫ୍ୟାଣ୍ଟ ହ୍ୱିସପରର୍ସ’କୁ ସର୍ଟ ଫିଲ୍ମ ବର୍ଗରେ ଓସ୍କାର ପୁରସ୍କାର ମିଳିଛି । ଏହାକୁ ନେଇ ସାରା ଭାରତରେ ଆନନ୍ଦର ଲହରୀ ଖେଳି ଯାଇଛି । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଏନେଇ ପୁରୀ ନିଳାଦ୍ରୀ ବିଚରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି ସୁଦର୍ଶନ । ଯେଉଁଥିରେ ‘RRR’ ଫିଲ୍ମର ନାଟୁ ନାଟୁ ଗୀତର ରାମଚରଣ ଓ ଜୁନିଅର ଏନ୍‌ଟିଆର ନାଚୁଥିବାର ଚିତ୍ର ରହିଛି । ଏଥିସହ  ଚଳଚ୍ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସପରର୍ସ’ର ଚିତ୍ର ମଧ୍ୟ ସୁନ୍ଦର ଭାବେ ଆଙ୍କି ଓସ୍କାର ପୁରସ୍କାର ବିଜେତା ସିନେମାର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଅନ୍ୟପଟେ ଏହି ଐତିହାସିକ ବିଜୟ ଉପରେ ପ୍ରଧାନମନ୍ତ୍ରୀ ସମେତ ସୋସିଆଲ ମିଡିଆରେ ବଲିଉଡ ଏବଂ ଟଲିଉଡ ତାରକାମାନେ ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଜୟକୁ ନେଇ ପ୍ରଶଂସକଙ୍କ ମନରେ ମଧ୍ୟ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଛି ।

 

 

Leave A Reply

Your email address will not be published.