Latest Odisha News

BREAKING NEWS

ଖୁବଶୀଘ୍ର ପରଦାକୁ ଆସୁଛି ଓଡିଆ ଫିଲ୍ମ ‘ପ୍ରେମ ତୋର ନଟି ନଟି’

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୮ ତାରିଖରେ ରିଲିଜ ହେବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର‘ପ୍ରେମ ତୋର ନଟି ନଟି’ ।

ଏହି ଚଳଚ୍ଚିତ୍ରରେ ପ୍ରଥମକରି ସିନେମା ଜଗତରେ ପାଦ ଥାପିବାକୁ ଯାଉଛନ୍ତି ନବାଗତ ଅଭିନେତା ଦେବ । ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମିହିର ଦାସ ନାୟକର ବାପା ଭୂମିକାରେ ଅଭିନୟ କରିଥିବା ବେଳେ ନାୟିକା ସାଜିଛନ୍ତି ଚୁଲବୁଲି ତମନ୍ନା । ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ଅପେକ୍ଷା, ପ୍ରିୟଙ୍କା, ସୋନାଲୀ, ରାକ୍ଷୀ, ମାମାଲି ଓ ଅନୁରାଧା ।

ଗୀତଗୋବିନ୍ଦ ଭବନ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର‘ପ୍ରେମ ତୋର ନଟି ନଟି’ର ଅଡ଼ିଓ ରିଲିଜ୍ ଅବସରରେ କାହାଣୀକାର ମନୋରଞ୍ଜନ ମହାପାତ୍ର, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର, ସ୍ୱନାମଧନ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରେମ ତୋର ନଟି ନଟି ଚଳଚ୍ଚିତ୍ରର କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ସତ୍ୟଜିତ୍, ବିଶ୍ୱଜିତ, ବାରିକ, ଅଜିନ, ସୋହିନୀ, ମନସ୍ୱିନୀ ଓ ଜାଗୃତି ପ୍ରମୁଖ ।

Leave A Reply

Your email address will not be published.