Latest Odisha News

BREAKING NEWS

ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ଘୋଡାଇଲା ଏଏସଆଇ

ନାଗପୁର: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରେ ଥିବା ଔରଙ୍ଗଜେବଙ୍କ ସମାଧିର କିଛି ଅଂଶକୁ ଏଏସଆଇ ଟିଣ ଚାଦରରେ ଘୋଡାଇ ଦେଇଛି।

ନାଗପୁରରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପରେ ଛତ୍ରପତି ସମ୍ଭାଜୀନଗର ଜିଲ୍ଲାପାଳ ଦିଲୀପ ସ୍ୱାମୀ ଏବଂ ପୋଲିସ ଅଧୀକ୍ଷକ ବିନୟକୁମାର ରାଠୋଡ ଏଏସଆଇ ଅଧିକାରୀଙ୍କ ସହିତ ସମାଧିସ୍ଥଳ ପରିଦର୍ଶନ କରିଥିଲେ। ଏହା ପରେ କବରକୁ ଚାରିପାଖରୁ ଲୁହା ଟିଣରେ ଘୋଡ଼ାଇ ଦିଆଯାଇଥିବା ଜଣାପଡିଛି।

ଏଏସଆଇ ଅନୁଯାୟୀ, ସମାଧିସ୍ଥଳର ଉଭୟ ପାର୍ଶ୍ୱରେ ଟିଣ ଚାଦର ଏବଂ ତାର ବାଡ଼ ଲଗାଯାଇଛି। ଏହା ବ୍ୟତୀତ କବର ଚାରିପାଖରେ ଏକ ଗୋଲ ବାଡ଼ ମଧ୍ୟ ଲଗାଯିବ। ଜିଲ୍ଲା ପ୍ରଶାସନ ଅନୁଯାୟୀ, ଔରଙ୍ଗଜେବଙ୍କ ସମାଧିର ଉଭୟ ପାର୍ଶ୍ୱକୁ ଘୋଡ଼ାଇ ଥିବା ସବୁଜ ଜାଲ କିଛିମାତ୍ରାରେ ନଷ୍ଟ ହୋଇଛି। ଫଳରେ ନିକଟରେ ଥିବା ଖୱାଜା ସୟଦ ଜୈନୁଦ୍ଦିନ ଚିସ୍ତିଙ୍କ ସମାଧିସ୍ଥଳକୁ ଆସୁଥିବା ପରିଦର୍ଶକମାନଙ୍କୁ ଏହାର ଢାଞ୍ଚା ଦୃଶ୍ୟମାନ ହେଉଥିଲା। ତେଣୁ ଟିଣ ଚାଦର ଲଗାଯାଇଛି।

ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ହଟାଇବା ଦାବିରେ ବିଶ୍ୱ ହିନ୍ଦୁ ପରିଷଦ-ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ ଯୋଗୁ ନାଗପୁରର ଅନେକ ସ୍ଥାନରେ ହିଂସା ଘଟିଥିଲା। ଯେଉଁ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଯାହାପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଔରଙ୍ଗଜେବ ୧୭ଶ ଶତାବ୍ଦୀର ଜଣେ ମୋଗଲ ସମ୍ରାଟ ଥିଲେ। ସମ୍ପ୍ରତି ରିଲିଜ୍ ହୋଇଥିବା ବଲିଉଡ ସିନେମା ‘ଛାଭା’ରେ ଔରଙ୍ଗଜେବଙ୍କ ଚରିତ୍ର ଚିତ୍ରଣକୁ ନେଇ ବିବାଦ ଉପୁଜିଥିଲା।

 

Leave A Reply

Your email address will not be published.