Latest Odisha News

BREAKING NEWS

କପ୍ତାନ ବିରାଟଙ୍କ ଶତକ ବୃଥା, ରାଞ୍ଚି ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ

ଋାଞ୍ଚି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଦିନ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତକୁ ୩୨ ରନରେ ପରାସ୍ତ କରିଛି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ । ଏହି ଦିନିକିଆରେ ଅଧିନାୟକ ବିରାଟ କୋହଲୀଙ୍କ ପ୍ରଶଂସନୀୟ ଶତକୀୟ ଇନିଂସ ବୃଥା ସାବ୍ୟସ୍ତ ହୋଇଛି ।

ଅଷ୍ଟ୍ରେଲିଆର ମଜବୁତ ଦଳୀୟ ୩୧୩ ସ୍କୋରର ପିଛା କରି ଭାରତୀୟ ଦଳ ସମସ୍ତ ୱିକେଟ ହରାଇ ୨୮୧ ରନ କରିପାରିଥିଲା । ବିରାଟ କୋହଲୀଙ୍କ ୧୨୩ ରନର ଶତକୀୟ ଇନିଂସ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବେଶି ସମୟ କ୍ରିଜରେ ରହି ପାରିନାହାନ୍ତି । ବିରାଟ ଏକାକୀ ୯୫ଟି ବଲରୁ ଗୋଟିଏ ଛକା ସହିତ ୧୬ଟି ଛକା ମାରିଥିଲେ । ଆଜି ପୁଣି ଦୁଇ ଭାରତୀୟ ଓପନର ଧାୱନ ଏବଂ ରୋହିତ ଦଳକୁ ନିରାଶ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିଜୟ ଶଙ୍କର ୩୨, ଧୋନୀ ଓ କେଦାର ଯାଦବ ୨୬ ରନ କରିପାରିଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପି, କ୍ୟୁମିନସ ଏବଂ ରିଚାର୍ଡ଼ସନ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଲାୟନ ଗୋଟିଏ ୱିକେଟ ହାସଲ କରିଥିଲେ ।

ବିରାଟ ଟସରେ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲେ । କଙ୍ଗାରୁ ବ୍ୟାଟ୍ସମ୍ୟାନ ଖ୍ୱାଜା ୧୦୪ ରନ, ଅଧିନାୟକ ଆରୋନ ଫିଞ୍ଚ ୯୩ ରନ ଏବଂ ମାକ୍ସୱେଲ ୪୭ ରନ କରିଥିଲେ । ଷ୍ଟୋନିସ ୩୧ ଏବଂ ୱିକେଟ ରକ୍ଷକ କାରି ଉପଯୋଗୀ ୨୧ ରନ କରିପାରିଥିଲେ । ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ ହରାଇ ଅଷ୍ଟ୍ରେଲିଆ ଦଳ ୩୧୩ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା ।

ଭାରତୀୟ ବୋଲର୍ କୁଲଦୀପ ଯାଦବ ୩ଟି ଏବଂ ସାମି ଗୋଟିଏ ୱିକେଟ ଅକ୍ତିଆର କରିବାକୁ ସକ୍ଷମ ହୋଇଥିଲେ ।

ଅଷ୍ଟ୍ରେଲୀୟ ଓପନର ଉସମାନ ଖ୍ୱାଜାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା ।

ଚଣ୍ଡିଗଡ଼ଠାରେ ଆସନ୍ତା ୧୦ ତାରିଖ ଦିନ ୪ର୍ଥ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.