Latest Odisha News

BREAKING NEWS

ବୈଜୟନ୍ତ ପଣ୍ଡା ବିଜେପି ରାଷ୍ଟୀୟ ଉପସଭାପତି ଓ ମୁଖପାତ୍ର ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ବୈଜୟନ୍ତ ଜୟ ପଣ୍ଡା ମାର୍ଚ୍ଚ ୪ ତାରିଖ ଦିନ ବିଜେପିରେ ଯୋଗଦାନ କରିଥଲେ । ନୂଆଦିଲ୍ଲୀଠାରେ ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟିର ଜାତୀୟ ଉପସଭାପତି ତଥା ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ।

ଏକ ଦଳୀୟ ବିଜ୍ଞପ୍ତିରେ କୁହାଯାଇଛି, “ ବିଜେପି ଅଧ୍ୟକ୍ଷ ଅମିତ ଶାହ ବୈଜୟନ୍ତ ଜୟ ପଣ୍ଡାଙ୍କୁ ବିଜେପିର ଜାତୀୟ ଉପସଭାପତି ଏବଂ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି” ।

ବିଜେଡ଼ିରୁ ୪ଥର ସାଂସଦ ରହିଥିବା ବୈଜୟନ୍ତ ଆଞ୍ଚଳିକ ଦଳରୁ ଗତବର୍ଷ ମେ ୮ ତାରିଖ ଦିନ ଇସ୍ତଫା ପ୍ରଦାନ କରିଥିଲେ । ତାହା ପୂର୍ବରୁ ଜାନୁଆରୀ ୨୪ ତାରିଖ ଦିନ ତାଙ୍କୁ ଦଳବିରୋଧି କାର୍ଯ୍ୟଯୋଗୁଁ ବିଜେଡ଼ିର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବନ କରାଯାଇଥିଲା ।

Leave A Reply

Your email address will not be published.