Latest Odisha News

BREAKING NEWS

ବିରାଟଙ୍କ ୪୦ତମ ଶତକ, ଅଷ୍ଟ୍ରେଲିଆ ସାମ୍ନାରେ ୨୫୧ରନର ବିଜୟ ଲକ୍ଷ୍ୟ

ନାଗପୁର: ଆଜି ନାଗପୁରଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୨ୟ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ୪୦ ତମ ଶତକ ହାସଲ କରିଛନ୍ତି ।


ଭାରତ ୪୮.୨ ଓଭର ଖେଳି ସମସ୍ତ ୱିକେଟ ହରାଇ କରିଛି ୨୫୦ ରନ ।

ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଓପନର ରୋହିତ ଶର୍ମା ଏହି ମ୍ୟାଚରେ ମଧ୍ୟ ଦଳକୁ ନିରାଶ କରିଛନ୍ତି । କପ୍ତାନ କୋହଲି ୧୨୦ଟି ବଲରୁ ୧୧୬ ରନ କରିବା ସହିତ ତାଙ୍କର ୪୦ ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ ବରୁଣ ଶଙ୍କର ବିଜୟ ଶଙ୍କର ୪୬ ରନ ଶିଖର ଧାୱନ ୨୧ ରନ, ରବିନ୍ଦ୍ର ଜାଡ଼େଜା ୨୧ ରନ କରିପାରିଛନ୍ତି ।

କଙ୍ଗାରୁ ବୋଲର୍ କୁମିନ୍ସ ଚମତ୍କାର ବୋଲିଂ ପ୍ରଦର୍ଶନ କରି ମାତ୍ର ୨୯ ରନରେ ୪ଟି ମୂଲ୍ୟବାନ ଭାରତୀୟ ୱିକେଟ ନେବା ଫଳରେ ଘରୋଇ ଦଳ ବିଶାଳ ସ୍କୋର କରିବାକୁ ଅକ୍ଷମ ହୋଇଥିଲା ।

ଅଷ୍ଟ୍ରେଲିଆ ୨୫୧ ରନର ବିଜୟ ଲକ୍ଷ ହାସଲ କରିବାକୁ ଯାଇ ବ୍ୟାଟିଂ ଆରମ୍ଭ କରିଛି । କ୍ରିଜରେ ଦୁଇ ଓପନର ୧୩ ରନରେ ଖେଳୁଛନ୍ତି ।

Leave A Reply

Your email address will not be published.