Latest Odisha News

ଭୁବନେଶ୍ୱର ଏୟାରପୋର୍ଟରେ ଘରୋଇ ଯାନବାହନ ପାଇଁ ଲାଗିବନି ପାର୍କିଂ ଫି

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦରରେ ଏପ୍ରିଲ୍ ୧ ତାରିଖରୁ ଘରୋଇ ଗାଡିଗୁଡିକୁ ପାର୍କିଂ ଶୁକ୍ଲ ଦେବାକୁ ପଡିବ ନାହିଁ ।

ମିଳିଥିବା ସୂଚନାନୁଯାୟୀ ଯାତ୍ରୀଙ୍କୁ ପିକଅପ୍ କିମ୍ବା ଡ୍ରପ୍ କରିବାକୁ ବିମାନ ବନ୍ଦର ଆସୁଥିବା ସମସ୍ତ ଘରୋଇ ଗାଡିକୁ ଏପ୍ର୍ରିଲ୍ ୧ ତାରିଖ ଠାରୁ ମାଗଣା ପାର୍କିଂ ଶୁକ୍ଲ ବ୍ୟବସ୍ଥା ଆରମ୍ଭ ହେବ ।

ଯାତ୍ରୀମାନଙ୍କୁ ଛାଡିବା ଲାଗି ଆସୁଥିବା ବ୍ୟବସାୟିକ ଗାଡି ଗୁଡିକ ଠାରୁ କୌଣସି ଶୁଳ୍କ ନିଆଯିବ ନାହିଁ କିନ୍ତୁ ପିକ୍-ଅପ୍ ଲାଗି ୪୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ବିମାନ ବନ୍ଦର ପରିସରରେ ଗାଡି ପାର୍କିଂ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିମାନେ ଅଧଘଣ୍ଟା ଲାଗି ୨୦ ଟଙ୍କା ଅର୍ଥରାଶି ଦେବାକୁ ପଡିବ ବୋଲି ଜଣାପଡିଛି ।

Leave A Reply

Your email address will not be published.