Latest Odisha News

BREAKING NEWS

ରାଜଧାନୀରେ ୩ ବର୍ଷ ନାବାଳିକାର ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଖଲିଖମା ଅଞ୍ଚଳ ନିକଟରେ ମଙ୍ଗଳବାର ଦିନ ଏକ ୩ ବର୍ଷର ନାବାଳିକାର ମୃତଦେହକୁ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ସ୍ଥାନୀୟ ଜନସାଧାରଣ ଏହି ନାବାଳିକାର ମୃତଦେହ ପ୍ରଥମେ ଦେଖି ପୋଲିସକୁ ଜଣାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ଆସି ପହଞ୍ଚିଥି ମୃତଦେହକୁ ଉଦ୍ଧାର କରିବା ସହିିତ ନିକଟସ୍ଥ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।

ଘଟଣାସ୍ଥଳରେ ନାବାଳିକାଟିର ମୃତ ଶରୀରର ବେକ ଓ ମୁହଁରେ ରକ୍ତାକ୍ତ କ୍ଷତ ଚିହ୍ନ ଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣା ସମ୍ପର୍କରେ ଛାନଭିନ୍ନ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ମଞ୍ଚେଶ୍ୱର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.