Latest Odisha News

BREAKING NEWS

ଭାରତର ବିଶାଳ ୫୮୬/୬ ସ୍କୋର, ପୂଜାରାଙ୍କ ପରେ ଋଷଭ କଲେ ଧୂଆଁଧାର ଶତକ

ସିଡ଼ନୀ: ସିଡ଼ନୀଠାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟରେ ଚେତେଶ୍ୱର ପୂଜାରାଙ୍କ ଆକର୍ଷଣୀୟ ୧୯୩ ରନ ପରେ ୱିକେଟ ରକ୍ଷକ ଋଷଭ ପନ୍ଥଙ୍କ ଶତକୀୟ ଇନିଂସ ଯୋଗୁଁ ଭାରତ ପ୍ରଥମ ଇନିଂସରେ ବିଶାଳ ୫୮୬/୬ ସ୍କୋର କରି ମଜବୁତ ସ୍ଥିତିରେ ରହିଛି ।

ଏହି ଐତିହାସିକ ଟେଷ୍ଟ ଶୃଙ୍ଖଳାର ଚୂଡ଼ାନ୍ତ ଟେଷ୍ଟର ଆଜି ହେଉଛି ୨ୟ ଦିବସ । ଗତକାଲିର ସ୍କୋର ୩୦୩/୪ ରୁ ଖେଳ ଆରମ୍ଭ କରି ଭାରତ ୩୨୯ ରନରେ ୫ମ ୱିକେଟ ହରାଇଥିଲା । ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ୧୯୩ ରନ କରିବା ପରେ ହନୁମା ବିହାରୀ ୪୨ ରନ କରି ନିଜର ୱିକେଟ ହରାଇଥିଲେ । ତେବେ ଋଷଭ ପନ୍ଥଙ୍କ ଧୁଆଁଧାର ୧୪୦ ରନ ତଥା ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ୫୧ ରନ କରି ଭାରତ ଲାଗି ଏକ ବିଶାଳ ୫୮୬/୬ ରନର ସ୍କୋର ଛିଡ଼ା କରିପାରିଛନ୍ତି ।

କପ୍ତାନ ବିରାଟ କୋହଲୀ ପାରି ଘୋଷଣା କରିବାର ସମ୍ଭାବନା ରହିଛି । ତେବେ କଙ୍ଗାରୁ ଦଳଠାରୁ ଏହି ମ୍ୟାଚଟି ଛଡ଼ାଇ ଆଣି ବୋର୍ଡ଼ର୍ – ଗାଭାସ୍କର ଟ୍ରଫିର ଏହି ଶୃଙ୍ଖଳା ମଧ୍ୟ ଜିତିବାକୁ ଚେଷ୍ଟା କରିବ ଭାରତ । ଭାରତକୁ ଏହି ସିରିଜ ଜିତିବାକୁ ହେଲେ କେବଳ ଏହି ଟେଷ୍ଟର ଫଳାଫଳ ଅମିମାଂସିତ ରହିବା ଆବଶ୍ୟକ ।

ଅଷ୍ଟ୍ରେଲିଆ ପକ୍ଷରୁ ଲାୟନ ୩ ଟି, ହେଜେଲଉଡ଼ ୨ଟି ଏବଂ ଷ୍ଟାର୍କ ଗୋଟିଏ କରି ୱିକେଟ ହାସଲ କରିପାରିଛନ୍ତି ।

Leave A Reply

Your email address will not be published.