Latest Odisha News

BREAKING NEWS

ଦିଲ୍ଲୀ-ଭୁବନେଶ୍ୱର ବିମାନ ଚଳାଚଳ ଖରାପ ପାଗ ଯୋଗୁଁ ବାତିଲ୍

ଭୁବନେଶ୍ୱର: ଦେଶର ରାଜଧାନୀରେ ପାଣିପାଗ ସ୍ଥିତି ଯୋଗୁଁ ଗୁରୁବାର ଦିନ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୩ଟି ବିମାନକୁ ବାତିଲ୍ କରାଯାଇଛି ।

ପାଣିପାଗ ସୂଚନା ପ୍ରଦାନ କରୁଥିବା ସଂସ୍ଥା ସ୍କାଇମେଟ୍ ଅନୁଯାୟୀ, ଦିଲ୍ଲୀରେ ଆଜି ଘନ କୁହୁଡ଼ି ଆଚ୍ଛାଦିତ କରି ରହିଥିଲା । ଏହି କାରଣରୁ ଦିଲ୍ଲୀରେ ଗୁରୁବାର ଦିନ ଅନେକ ଟ୍ରେନ ତଥା ବିମାନ ଚଳାଚଳରେ ବିଳମ୍ବ ହୋଇଛି । ଏହାବ୍ୟତୀତ, ଦେଶର ରାଜଧାନୀରେ ଆଜି ବାୟୁ ପ୍ରଦୁଷଣ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥିଲା । ଯାହାଫଳରେ ଭିଜୁଆଲ୍ ରେଞ୍ଜ ଆଜି ଦିଲ୍ଲୀରେ ୭୫ ମିଟର ତଳକୁ ଖସି ଯାଇଥିଲା ।

ଯେଉଁ ବାତିଲ୍ ବିମାନ ଗୁଡ଼ିକ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀକ ବିମାନ ବନ୍ଦର (ଆଇଜିଆଇ)ରୁ ଚଳାଚଳ ହେବାର ଥିଲା ସେହି ବିମାନଗୁଡ଼ିକ ଭୁବନେଶ୍ୱର ଦେଇ ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ କୋଲକାତା ଯିବାର ଥିଲା ।

Leave A Reply

Your email address will not be published.