Latest Odisha News

BREAKING NEWS

ରାଜଧାନୀରୁ ୩୮ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସର ଫ୍ଲାଇଂ ସ୍କ୍ୱାର୍ଡ଼ ଏବଂ ଅବକାରୀ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଅତର୍କିତ ଭାବେ ଚଢଉ କରାଯାଇ ରାଜଧାନୀରୁ ୩୮ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇପାରିଛି । ଓଡ଼ିଶା ପୋଲିସ ଏହି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହିତ ଏଥିରେ ସଂଶ୍ଳିଷ୍ଟ ୩ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ।

କୌଣସି ସୂତ୍ରରୁ ଖବରପାଇ, ରାଜଧାନୀ ଲକ୍ଷ୍ମୀସାଗର ଅନ୍ତର୍ଗତ ହଳଦୀପଦା ଏବଂ ଚିନ୍ତାମଣୀଶ୍ୱର ବସ୍ତିରେ ଅତର୍କିତ ଭାବେ ରେଡ୍ କରି ୩୫୦ ଗ୍ରାମ ବ୍ରାଉନସୁଗାର ପରି ନିଶାଦ୍ରବ୍ୟ ଜବତ କରିପାରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଏହି ଘଟଣାରେ ସଂଶ୍ଳିଷ୍ଟ ଜଣେ ମହିଳା ଓ ତାଙ୍କ ଝିଅ ତଥା ତାଙ୍କର ଭାବି ଜ୍ୱାଇଁଙ୍କୁ ବ୍ରାଉନସୁଗାର ସହିତ ଗିରଫ କରିଛି କମିଶନରେଟ ପୋଲିସ ।

ଅବକାରୀ ବିଭାଗ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି, ଅଭିଯୁକ୍ତ ଜଣକ ସବୁବେଳେ ହାଓଡ଼ାରୁ ସିଧାସଳଖ ବ୍ରାଉନସୁଗାର କିଣିଥାଆନ୍ତି ଏବଂ ଏହି ନିଶାଦ୍ରବ୍ୟକୁ ଛୋଟ ଛୋଟ ପୁଡ଼ିଆ କରି ଗୋଟିଏକୁ ୫୦୦ ଟଙ୍କା ଲେଖାଏଁ ଦରରେ ବିକ୍ରି କରିଥାଆନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଅବକାରୀ ବିଭାଗର ଟିମ୍ ଗତ ୨୦୧୮ ମସିହାରେ ରାଜଧାନୀରୁ ୭ଥର ରେଡ୍ କରି ଏହି ନିଶାଦ୍ରବ୍ୟ ଜବତ କରିପାରିବାରେ ସକ୍ଷମ ହୋଇପାରିଛି ।

Leave A Reply

Your email address will not be published.