Latest Odisha News

BREAKING NEWS

ଆଶେସ ଶୃଙ୍ଖଳା : ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ବୃହତ ବିଜୟ

ବ୍ରିସବେନ:ଏଠାରେ ଅନୁଷ୍ଠିତ ଆଶେସ ସିରିଜର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ବୃହତ ବିଜୟ ହାସଲ କରିଛି । ପ୍ରଥମ ଇନିଂସରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ୧୪୭ ରନ କରି ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ୪୨୫ ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୨୯୭ ରନ କରିବା ଯୋଗୁ ଅଷ୍ଟ୍ରେଲିଆ ସମ୍ମୁଖରେ ୨୦ ରନର ବିଜୟ ଲକ୍ଷ୍ୟ ରହିଥିଲା ।

ଏହାକୁ ଗୋଟିଏ ୱିକେଟ ହରାଇ ଅଷ୍ଟ୍ରେଲିଆ ହାସଲ କରି ନେଇଥିଲା । ଏହି ମ୍ୟାଚରେ ସ୍ପିନର ନାଥାନ ଲାୟନ ଅଷ୍ଟ୍ରେଲିଆର ତୃତୀୟ ଖେଳାଳି ଭାବେ ୪୦୦ ୱିକେଟ ପୂର୍ଣ୍ଣ କରିଛନ୍ତି । ୫ ମ୍ୟାଚ ସିରିଜରେ ଆୟୋଜକ ଟିମ ୧-୦ ଅଗ୍ରଣୀ ହାସଲ କରିଛି ।

Leave A Reply

Your email address will not be published.