Latest Odisha News

BREAKING NEWS

ବଲିଉଡ ଅଭିନେତାଙ୍କ ପାରିବାରିକ କଳହ: କିଏ ଚପଲରେ ମାଡ ଖାଇଛି ତ କିଏ ଘର ଛାଡିଛି

ମୁମ୍ବାଇ: ବଲିଉଡର ଅନେକ ପ୍ରତିଷ୍ଠିତ ଅଭିନେତା, ଅଭିନେତ୍ରୀ ପାରିବାରିକ କଳହର ଶୀକାର ହୋଇଛନ୍ତି । କିଏ ଚପଲରେ ମାଡ ଖାଇଛି ତ ଆଉ କିଏ ଘର ଛାଡିଛି । ଆସନ୍ତୁ ଜାଣିବା ସେପରି କିଛି କଳାକାରଙ୍କ ପାରିବାରିକ କଳହ ବିଷୟରେ..
କୃଷ୍ଣା ଓ ଗୋବିନ୍ଦା: କମେଡିଆନ କୃଷ୍ଣା ଅଭିଷେକ ଓ ମାମୁଁ ଗୋବିନ୍ଦାଙ୍କ ଅଶାନ୍ତି ନେଇ ସବୁଠି ଚର୍ଚ୍ଚା । କୃଷ୍ଣାଙ୍କ ପତ୍ନୀ କାଶ୍ମୀରା ଶାହଙ୍କ ଏକ ଟୁଇଟ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା । ଯେଉଁଥିରେ ସେ ଗୋବିନ୍ଦାଙ୍କୁ ପଇସା ନେଇ ନାଚୁଥିବା କଳାକର ବୋଲି ପରୋକ୍ଷରେ କହିଥିଲେ ।
କୁମାର ସାନୁ ଓ ଜାନ: ବିଗ ବସ ୧୪ର ପ୍ରତିଯୋଗୀ ଜାନ କୁମାର ସାନୁ ଓ କୁମାର ସାନୁଙ୍କ ମଧ୍ୟରେ ସମ୍ପର୍କ ଏବେ ତିକ୍ତତା ଆଡକୁ ଗତି କରୁଛି । ଜାନ ଛୋଟ ପିଲା ଥିଲା ବେଳେ କୁମାର ସାନୁ ପ୍ରଥମ ସ୍ତ୍ରୀ ରୀତାକୁ ଛାଡି ଦେଇଥିଲେ । ବାପା ମୋ ପାଇଁ କିଛି କରି ନାହାନ୍ତି ବୋଲି ସେ ଖୋଲାଖୋଲି ଭାବେ ମିଡିଆରେ କହିଥିଲେ ।

ଅମୀଷା ଓ ପରିବାର: କହୋ ନା ପ୍ୟାର ହେ ଗାର୍ଲ ଅମୀଷା ପଟେଲ ଓ ତାଙ୍କ ପରିବାର ମଧ୍ୟରେ ଭଲ ପଡୁ ନାହିଁ । ଏପରି କି ଅମୀଷା ବାପାଙ୍କ ବିରୋଧରେ ୧୨ କୋଟି ଟଙ୍କା ଖାଇଥିବା ଅଭିଯୋଗ ଆଣିଥିଲେ । ବିକ୍ରମ ଭଟ୍ଟଙ୍କୁ ସେ ବିବାହ କରିବାକୁ ଚାହୁଁଥିବା ବେଳେ ପରିବାରବର୍ଗ ମନା କରିଥିଲେ । ଏପରି କି ତାଙ୍କ ମାଆ ତାଙ୍କୁ ଚପଲରେ ପିଟିଥିଲେ । ଅମୀଷା ଘର ଛାଡି ପଳାଇଥିଲେ ।
ରାଜ ବାବବର ଓ ପ୍ରତୀକ: ରାଜ ବାବର ଓ ପ୍ରତୀକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପର୍କ ଖରାପ ରହିଥିଲା । ପ୍ରତୀକଙ୍କ ଡ୍ରଗ୍ସ ଆଡିକ୍ଟ ହେବା ଏହି ଅଶାନ୍ତିର କାରଣ ଥିଲା । ଏପରି କି ସେ ତାଙ୍କ ନାମରୁ ବାବର ହଟାଇବା ପାଇଁ ନିଷ୍ପତି ନେଇଥିଲେ । ଏବେ କିନ୍ତୁ ଉଭୟଙ୍କ ସମ୍ପର୍କ ଧୀରେ ଧୀରେ ନୀବିଡ ହେବାରେ ଲାଗିଛି ।

ଅମୀର ଓ ଫୈଜଲ: ଫୈଜଲ ଖାଁ ତାଙ୍କ ଭାଇ ଅମୀର ଖାଁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଅମୀର ତାଙ୍କୁ ଘରେ ବନ୍ଦ କରି ରଖିବା ସହ ସମ୍ପତି ନେବା ପାଇଁ ଉଦ୍ୟମ କରୁଛନ୍ତି । ସେ ସମୟରେ ଏହି ବିବାଦ ଝଡ ସୃଷ୍ଟି କରିଥିଲା । ସେ ସମୟରେ ଫୈଜଲଙ୍କ ମାନସିକ ସ୍ଥିତି ଭଲ ନ ଥିଲା ଏବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଛି ।
କଙ୍ଗନା ଓ ବାପା ଅମରଦୀପ: କଙ୍ଗନା ରାନାୱତ ଓ ତାଙ୍କ ବାପା ଅମରଦୀପ ରାନାୱତଙ୍କ ମଧ୍ୟରେ ଭଲ ପଡେ ନାହିଁ । କଙ୍ଗନାଙ୍କ ଫିଲ୍ମରେ ପ୍ରବେଶକୁ ସେ ବିରୋଧ କରୁଥିଲେ । ଘରୁ ଲୁଚି କରି ସେ ମୁମ୍ବାଇ ପଳାଇ ଆସିଥିଲେ । ପରେ ଫିଲ୍ମରେ ସେ ସଫଳତା ହାସଲ କରିବା ପରେ ଏବେ ବାପା ଓ ଝିଅଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି ।

Leave A Reply

Your email address will not be published.