Latest Odisha News

BREAKING NEWS

ଅଷ୍ଟ୍ରେଲିଆର ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ: ଭାରତ ପାଇଁ ସହଜ ହେଲା ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: କରୋନା ମହାମାରୀ ଦକ୍ଷିଣ ଆଫ୍ରିକାରେ ତାର କାୟା ବିସ୍ତାର କରିବା ପୁନର୍ବାର ଆରମ୍ଭ କରିଛି । ଏହାକୁ ଦେଖି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତକୁ ବାତିଲ କରାଯାଇଛି । ସରକାରଙ୍କ ନିଷ୍ପତିକୁ ଅଷ୍ଟ୍ରେଲିଆ ବୋର୍ଡ ସମର୍ଥନ କରିଛି । ଏହି ଗସ୍ତ ବାତିଲ ହେବା ଫଳରେ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ ପାଇଁ ଭାରତର ରାସ୍ତା ସହଜ ହୋଇଛି । ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୨-୧ ବ୍ୟବଧାନରେ ବିଜୟୀ ହେଲେ ଫାଇନାଲରେ ପ୍ରବେଶ କରିବ ।

BjdElectrycity

ସିରିଜ ଡ୍ର ରହିଲେ କିମ୍ବା ଉପରୋକ୍ତ ବ୍ୟବଧାନରେ ହ୍ରାସ ଘଟିଲେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଯିବେ । ଭାରତ ନିକଟରେ ଏବେ ୪୩୦ ପଂଏଟ ଥିବା ବେଳେ ନ୍ୟୁଜିଲାଣ୍ଡ ୪୨୦ ଓ ଅଷ୍ଟ୍ରେଲିଆ ୩୩୨ ପଂଏଟ ହାସଲ କରିଛନ୍ତି । ପ୍ରତିଶତ ହିସାବକୁ ନେଲେ ଭାରତ ୭୧.୭, ନ୍ୟୁଜିଲାଣ୍ଡ ୭୦ ଓ ଅଷ୍ଟ୍ରେଲିଆ ୬୯.୨ ପଂଏଟ ରହିଛି ।

Leave A Reply

Your email address will not be published.