ମେଲବୋର୍ଣ୍ଣ: ୧୭ ଜାନୁୟାରୀରୁ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାଂମେଟ ପାଇଁ କଡା କରୋନା କଟକଣା ନିୟମ ଲାଗୁ କରାଯାଇଛି । ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ଭ୍ୟାକ୍ସିନ ସାର୍ଟିଫିକେଟ ନ ଦେଖାଇ ପାରିବାରୁ ତାଙ୍କ ଭିସା ରଦ୍ଦ କରାଯାଇଛି । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିୟମ ମାନିବାକୁ ସମସ୍ତେ ବାଧ୍ୟ ବୋଲି କହିଛନ୍ତି । ସର୍ବିୟା ରାଷ୍ଟ୍ରପତି ଆଲେକଜାଣ୍ଡର ୱିସିକ ଏହି ଘଟଣା ନେଇ ଜୋକୋଭିଚଙ୍କ ସହ କଥା ହୋଇଛନ୍ତି । ତାଙ୍କ ସମ୍ମାନ ରକ୍ଷା ପାଇଁ ଆମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ ବୋଲି ୱିସିକ ଆଶ୍ୱସନା ଦେଇଛନ୍ତି ।
Comments are closed.