Latest Odisha News

BREAKING NEWS

ପୁଣି ଘୁଞ୍ଚିଲା ଗ୍ରାମୀ ଆୱାର୍ଡ ୨୦୨୨

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବଢିଚାଲିଛି କରୋନା। ଓମିକ୍ରନ୍ ଭାରିଆଣ୍ଟର ବିପଦକୁ ଦୃଷ୍ଟିରେ ରଖି ଗ୍ରାମୀ ଆୱାର୍ଡ ୨୦୨୨ କୁ ସ୍ଥଗିତ ରଖାଯାଇଛି। ପୁରସ୍କାର ସମାରୋହ ୩୧ ଜାନୁୟାରୀ ୨୦୨୨ରେ ଲସ୍ ଆଞ୍ଜେଲ୍ସର କ୍ରିପ୍ଟୋ କମ ଆରେନାରେ ଅନୁଷ୍ଠିତ ହେବାର ଥିଲା। ଯାହା ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ‘ଦ ରେକର୍ଡିଂ ଏକାଡେମୀ’ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ତେବେ ଆୱାର୍ଡ କେବେ ଅନୁଷ୍ଠିତ ହେବ ସେ ନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ।

ଏ ନେଇ ‘ଦ ରେକର୍ଡିଂ ଏକାଡେମୀ’ ଏକ ବିବୃତ୍ତି ଜାରି କରିଛି। ଓମିକ୍ରନ୍‌ ଭାରିଆଣ୍ଟର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ୩୧ ଜାନୁଆରୀରେ ଗ୍ରାମୀ ପୁରସ୍କାର ୨୦୨୨ ଆୟୋଜନ କରିବା ଅତ୍ୟନ୍ତ ବିପଦଜନକ ବୋଲି କୁହାଯାଉଛି। ଏହି ଆୱାର୍ଡ ଶୋ ପାଇଁ ନୂତନ ତାରିଖ ଶୀଘ୍ର ଘୋଷଣା କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.