Latest Odisha News

BREAKING NEWS

ଅଦ୍ଭୁତ ଶିଶୁ କନ୍ୟା: ଯାହାର ରହିଛି ୪ ହାତ, ୪ ଗୋଡ ଏବଂ ୪ କାନ

ବିହାର: ବିହାରର ସରାନ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ଜଣେ ମହିଳା ଏକ ଅଦ୍ଭୁତ ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଶିଶୁ କନ୍ୟାର ୪ ହାତ,୪ ଗୋଡ଼, ୪ କାନ ଥିବା ବେଳେ ଅଦ୍ଭୁତ ମୁଣ୍ଡ ରହିଛି । ଏହି ଅଦ୍ଭୁତ ଶିଶୁକୁ ଦେଖି ପରିବାର ଲୋକେ ଓ ଡ଼ାକ୍ତରମାନେ ତାଜୁବ ହୋଇଯାଇଥିଲେ । ଦୁଃଖର ବିଷୟ ଜନ୍ମର କିଛି ସମୟ ପରେ ଏହି ଶିଶୁଟିର ମୃତ୍ୟୁ ହୋଇଥିଲା ।

ବିହାର ରାଜ୍ୟ ଚାପରା ସହରରେ ରହୁଥିବା ପ୍ରିୟା ଦେବୀ ନାମକ ଜଣେ ମହିଳା ଗର୍ଭବତୀ ଥିଲେ । ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ଲୋକେ ସ୍ଥାନୀୟ ଏକ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ଅପରେସନ ପରେ ପ୍ରିୟା ସେଠାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ହେଲେ ଜନ୍ମ ପରେ ଶିଶୁଟିର ୪ ହାତ,୪ ଗୋଡ଼, ୪ କାନ ଥିବା ବେଳେ,୨ଟି ହୃଦୟ, ୨ଟି ମେରୁଦଣ୍ଡ ଓ ଅଦ୍ଭୁତ ମୁଣ୍ଡ ରହିଥିଲା । ଯାହାକୁ ଦେଖି ତାଙ୍କ ପରିବାର ଲୋକେ ଓ ଡାକ୍ତରଖାନା କର୍ମଚାରୀମାନେ ଭୟଭୀତ ହୋଇଗଲେ । ଏହି ଖବର ପ୍ରଚାର ହେବା ପରେ ହସପିଟାଲରେ ଥିବା ଅନ୍ୟ ରୋଗୀ ଓ ସମ୍ପର୍କୀୟମାନେ ଶିଶୁଟିକୁ ଦେଖିବାକୁ ଭିଡ଼ ଜମାଇଲେ । ଜନ୍ମର ପ୍ରାୟ ୨୦ ମିନିଟ୍ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା ।

ଡାକ୍ତରଖାନା ନିର୍ଦ୍ଦେଶକ ଡକ୍ଟର ଅନିଲ କୁମାର କହିଛନ୍ତି ଯେ, ଏପରି ଖୁବ୍ କମ୍ ମହିଳାଙ୍କଠାରେ ଦେଖାଯାଏ । ଗର୍ଭାଶୟରେ ସମାନ ଅଣ୍ଡାରୁ ଦୁଇ ଶିଶୁ ସୃଷ୍ଟି ହେଲେ ଏପରି ହୋଇଥାଏ । ଏହି ପ୍ରକ୍ରିୟାରେ, ଯଦି ଉଭୟ ସମୟ ସମୟରେ ଅଲଗା ହୋଇଯାଆନ୍ତିି, ତେବେ ଯାଆଁଳା ସନ୍ତାନ ଜନ୍ମ ହୁଅନ୍ତି । କିନ୍ତୁ ଏହା କୌଣସି କାରଣରୁ ଉଭୟ ଅଲଗା ହେବାକୁ ଅସମର୍ଥ ହେବାରୁ ଏପରି ଶିଶୁ ଜନ୍ମ ହୋଇଛି ।

Leave A Reply

Your email address will not be published.