ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଅଷ୍ଟ୍ରେଲିଆର ୧୪ ବର୍ଷ ଅପେକ୍ଷାର ଅନ୍ତ ହୋଇଛି । ନ୍ୟୁଜିଲାଣ୍ଡକୁ ହରାଇ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଅଷ୍ଟ୍ରେଲିଆ । ଗତକାଲି ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୮ ଓ୍ୱିକେଟରେ ହରାଇ ଟି-ଟ୍ୱେଣ୍ଟି ଟ୍ରଫି ନିଜ ନାଁରେ କରିଛି କଙ୍ଗାରୁ ବାହିନୀ । ଦୁବାଇରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ୭ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆଗରେ ୧୭୩ ରନ୍ ଟାର୍ଗେଟ ଠିଆ କରିଥିଲା ନ୍ୟୁଜିଲାଣ୍ଡ । ତୃତୀୟ ଓଭରରେ ପାଭିଲନ୍ ଫେରିଥିଲେ କ୍ୟାପଟେନ୍ ଆରୋନ୍ ଫିଞ୍ଚ । ପରେ ପାଳି ସମ୍ଭାଳିଥିଲେ ଡେଭିଡ୍ ଓ୍ୱାର୍ଣ୍ଣର ଓ ମିଚେଲ୍ ମାର୍ଶ । ନ୍ୟୁଜିଲାଣ୍ଡ ବୋଲରଙ୍କୁ ପ୍ରହାର କରିଥିଲେ । ଦୁହେଁ ୫୯ ବଲରେ ୯୨ ରନ୍ ପିଟିଥିଲେ । ଓ୍ୱାର୍ଣ୍ଣର ୩୮ ବଲରୁ ୫୩ ରନ୍ (୪ ଚୌକା, ୧ ଛକା)କରି ଆଉଟ୍ ହୋଇଥିଲେ ।
ପରେ ମିଚେଲ୍ ମାର୍ଶ ଓ ମ୍ୟାକ୍ସଓ୍ୱେଲ୍ ଯୋଡି ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ୩୧ ବଲରୁ ୩ ଚୌକା ଓ ୪ଟି ଛକା ବଳରେ ଅର୍ଦ୍ଧଶତକ ପୂରା କରିଥିଲେ ମାର୍ଶ । ମ୍ୟାକ୍ସଓ୍ୱେଲ ଓ ମାର୍ଶ ଯୋଡ଼ି ୬୬ ରନ୍ ପାର୍ଟନରସିପ୍ କରିଥିଲେ । ଏହା ଫଳରେ ହାତରେ ୮ଟି ଓ୍ୱିକେଟ୍ ଓ ୭ଟି ବଲ୍ ବାକି ଥାଇ ଟାର୍ଗେଟ ପୂରଣ କରିଥିଲା ଅଷ୍ଟ୍ରେଲିଆ । ମାର୍ଶ ଅପରାଜିତ ୭୭ ଓ ମ୍ୟାକ୍ସଓ୍ୱେଲ୍ ୨୮ ରନ୍ କରିଥିଲେ ।
ନ୍ୟୁଜାଲିଣ୍ଡର ଓ୍ୱାର୍ଲଡ ଚାମ୍ପିଅନ୍ ହେବାର ସ୍ୱପ୍ନ ପୁଣି ଥରେ ଧୂଳିସାତ ହୋଇଛି । ରନର୍ସ ଅପରେ ସନ୍ତୁଷ୍ଟ ହୋଇଛି କିଓ୍ୱି ଦଳ । ୪ଟି ଆଇସିସି ଇଭେଣ୍ଟ ଫାଇନାଲରେ ୩ ଥର ନ୍ୟୁଜିଲାଣ୍ଡ ପରାଜୟର ସାମନା କରିଛି । ଅଧିନାୟକ ଓ୍ୱିଲିୟମସନ୍ ଓ ଟିମ୍ ଭଳ ଖେଳିଥିଲେ ବି ଟ୍ରଫି ଜିତିବା ଆଶା କେବଳ ଆଶାରେ ରହିଗଲା ।
BREAKING NEWS
- Amitabh thakur hospitalised: ଜେଲରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଅମିତାଭ ଠାକୁର
- CG Naxal Surrender: ସାତ ମହିଳାଙ୍କ ସମେତ ୨୬ ନକ୍ସଲଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା ୬୫ ଲକ୍ଷ
- ଆଉ ଭାରତର ଏସଜି କମ୍ପାନୀର ବ୍ୟାଟ ବ୍ୟବହାର କରିପାରିବେନି ବାଂଲାଦେଶ ଖେଳାଳି
- Gangster Aman Bhainswal arrested: ଭାରତ ଆସିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅମନ୍ ଭୈନ୍ସୱାଲ, ଆସୁଆସୁ କରାଗଲା ଗିରଫ
- ହରିଦ୍ୱାରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିପାରେ ରୋକ୍
- Silent Warriors Of Indian Army: ଜାଣନ୍ତି କି ଭାରତୀୟ ସେନାର ନୀରବ ଯୋଦ୍ଧା କିଏ?, ଗଣତନ୍ତ୍ର ଦିବସ ପରେଡ୍ ମାର୍ଚ୍ଚରେ କରିବେ ଅଂଶଗ୍ରହଣ…
- ଆମେ ଭେନେଜୁଏଲାର ବିକାଶ ଉପରେ ଚିନ୍ତିତ: ଜୟଶଙ୍କର
- Census 2026: ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା
- Aparajita sarangi meets Nitin gadkari: ନୀତିନ ଗଡକରୀଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ, ନିଆଗଲା ବଡ଼ ନିଷ୍ପତ୍ତି
- Donald Trump Fears Impeachment: ଟ୍ରମ୍ପଙ୍କୁ ଘାରିଛି ପଦବୀ ଯିବା ଭୟ…ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ହାରିଯିବ କି ରିପବ୍ଲିକାନ୍ ପାର୍ଟି? , ସାଂସଦମାନଙ୍କୁ ଦେଲେ କଡ଼ା ଚେତାବନୀ…
Comments are closed.