Latest Odisha News

BREAKING NEWS

ଅଷ୍ଟ୍ରେଲିଆ; ଏଚ୍ଆଇଭି ଆଣ୍ଟିବଡି ପଜିଟିଭ୍ ଯୋଗୁ ବନ୍ଦ ହେଲା କରୋନା ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ସୂଚନାଯୋଗ୍ୟ ଅଷ୍ଟ୍ରେଲିଆରେ ବିକଶିତ କରୋନାଭାଇରସ୍ ଟିକା ଉପରେ ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣକୁ ଅଚାନକ ବନ୍ଦ କରିଦିଆଯାଇଛି। ପ୍ରକୃତରେ, ପରୀକ୍ଷାର ଅଂଶଗ୍ରହଣକାରୀମାନେ ଏଚ୍‌ଆଇଭି ପଜିଟିଭ୍‌ ବୋଲି ଜାଣିବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା।

କୁଇନ୍ସଲ୍ୟାଣ୍ଡ ୟୁନିଭରସିଟି (UQ) ଏବଂ ବାୟୋଟେକ୍ ଫାର୍ମ ଦ୍ୱାରା କୋଭିଡ୍-୧୯ ଟିକା ବିକଶିତ କରାଯାଉଥିଲା। ଅଷ୍ଟ୍ରେଲିୟା ଷ୍ଟକ୍ ଏକ୍ସଚେଞ୍ଜକୁ ବିଶ୍ୱବିଦ୍ୟାଳୟ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ଏବେ କୋଭିଡ -୧୯ ଟିକା ପରୀକ୍ଷଣକୁ ବନ୍ଦ କରିଦିଆଯାଇଛି। ତେବେ ଏହି ଟିକା କ୍ରୟ ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ ହେଉଥିଲା ଏବଂ ସେଥିପାଇଁ ୫୧ ନିୟୁତ ଡୋଜ ମଧ୍ୟ ଅର୍ଡର କରିଥିଲା।

Comments are closed.