Latest Odisha News

ରସୁଲ୍ ପୁକୁଟ୍ଟିଙ୍କ ଫିଲ୍ମରେ ଅଭିନୟ କରିବେ ଆଲିୟା ଭଟ୍ଟ !

ହାଇଦ୍ରାବାଦ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମକୁ ନେଇ ଆଲିୟା ଖୁବ ସମାଲୋଚିତ ହୋଇଥିଲେ । ତଥାପି ଏହି ଅଭିନେତ୍ରୀଙ୍କୁ ଗୋଟିଏ ପରେ ଗୋଟିଏ ବଡବଡ ଫିଲ୍ମର ଅଫର ଆସୁଛି । ତାଜା ସ୍ଥିତିରେ ଆଲିୟା ଫିଲ୍ ବ୍ରହ୍ମାସ୍ତ୍ର, ଗଙ୍ଗୁବାଇ କାଠିୟାବାଡି ଓ RRR ସହ ଜଡିତ ଥିବାବେଳେ ଆଗାମୀ ଦିନରେ ସେ ରସୁଲ ପୁକୁଟ୍ଟିଙ୍କ ଫିଲ୍ମରେ ନଜର ଆସିବେ ।

BjdElectrycity

ଫିଲ୍ମଟି ସିନୋ-ଇଣ୍ଡୋ ୱାରରେ ସହିଦ ହୋଇଥିବା ବାବା ହରଭଜନ ସିଂଙ୍କ ଉପରେ ଆଧାରିତ । ଭାରତୀୟର ଯବାନଙ୍କ ନିକଟରେ ନଥୁଲାର ବୀର ବୋଲାଉଥିବା ହରଭଜନଙ୍କ କିର୍ଦାରକୁ ପ୍ରଥଣ ଥ୍ର ପାଇଁ ଫିଲ୍ମରେ ଦର୍ଶାଯିବ । ସେହିଭଳି ଆଲିୟାଙ୍କୁ ଫିଲ୍ମର ଲିଡ୍ ରୋଲରେ ଦର୍ଶକ ଦେଖିବାକୁ ପାଇବେ । ଫିଲ୍ମର ଟାଇଟଲ ରହିଛି ପିହରୱା । ଏହି ଫିଲ୍ମ ପାଇଁ ଆଲିୟା ଗ୍ରୀନ୍ ସିଗନାଲ ଦେଇଥିଲାବେଳେ ସୁଟିଂ ଡେଟ୍ କିନ୍ତୁ ଫିକ୍ସ ହୋଇନାହିଁ । ତେବେ ଭାରତ ଓ ଚାଇନା ମୁହାଁମୁହିଁ ପରିସ୍ଥିତିକୁ ଦେଖି ଏହି ଫିଲ୍ମଟି ନିର୍ମାଣ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.