Latest Odisha News

ରାହୁଲ ଗାନ୍ଧୀଙ୍କ କଣ୍ଟେନର-1ରେ ରହିଛି  5 ଷ୍ଟାର ରୁମ୍ ଭଳି ବିଶେଷ ସୁବିଧା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରାହୁଲ ଗାନ୍ଧୀ ଏବେ  ଭାରତ ଯୋଡୋ ଯାତ୍ରାରେ ବାହାରିଛନ୍ତି । 3500 କିଲୋମିଟର ଯାତ୍ରା କରିବେ ରାହୁଲ ଗାନ୍ଧୀ । ତେବେ ଏହି ଯାତ୍ରା ସମୟରେ ସେ କୈାଣସି ରାଜ୍ୟରେ 5 ଷ୍ଟାର ହୋଟେଲରେ ରହିବେ ନାହିଁ । ରାହୁଲଙ୍କ ପାଇଁ ସ୍ବତନ୍ତ୍ର କଣ୍ଟେନର ବ୍ୟବସ୍ଥା କରାଯାଇଛି । କଂଗ୍ରେସ ନେତାଙ୍କ ପାଇଁ 60ଟି କଣ୍ଟେନର ଏହି ଯାତ୍ରାରେ ସାମିଲ ହୋଇଥିବା ବେଳେ ଏବେ କଣ୍ଟେନର-1 କୁ ନେଇ ଚର୍ଚା ଧରିଛି । କାରଣ କଣ୍ଟେନର 1ରେ ରହୁଛନ୍ତି କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ।

କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା କରୁଛନ୍ତି କରୁଛନ୍ତି ରାହୁଲ । ରାହୁଲଙ୍କ ବ୍ରାଣ୍ଡ୍ କୁ ପୁଣି ଚକମକ କରିବା ପାଇଁ କଂଗ୍ରେସ ଦଳ ଏପରି ଯାତ୍ରା ଆରମ୍ଭ କରିଛି ।  ତେବେ ଏହି ଯାତ୍ରା ସମୟରେ କଂଗ୍ରେସ ପକ୍ଷରୁ ତାଙ୍କ ଯେଉଁ ବିଶେଷ କଣ୍ଟେନର ବ୍ୟବସ୍ଥା କରାଯାଇଛି ତାକୁ ନେଇ ଏବେ ଆଲୋଚନା ଚାଲିଛି।

ପୁରା ଅତ୍ୟାଧୁନିକ ସହ  ହାଇଟେକ୍ ଷ୍ଟାଇଲରେ କଣ୍ଟେନରକୁ ସଜାଯାଇଛି ।  ସମସ୍ତ ଅତ୍ୟାଧୁନିକ ସୁବିଧା ରାହୁଲଙ୍କ କଣ୍ଟେନରରେ ରହିଛି । କଂଗ୍ରେସ ନେତାଙ୍କ ପାଇଁ 60ଟି ଶୀତତାପ ନିୟନ୍ତ୍ରୀତ କଣ୍ଟେନର ବ୍ୟବସ୍ଥା କରାଯାଇଥିବା ବେଳେ 1 ନମ୍ବର କଣ୍ଟେନରରେ ରାହୁଲ ଗାନ୍ଧୀଙ୍କ ରହିବା, ଖାଇବା, ବିଶ୍ରାମ କରିବା ନିତ୍ୟକର୍ମ ସାରିବା ପାଇଁ ସମସ୍ତ ବ୍ୟବସ୍ଥା ରହିଛି ।

ଏଠାରେ ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ 150 ଦିନ ଧରି ଭାରତ ଯୋଡୋ  ଯାତ୍ରା କରିବେ । ଦିନକୁ 20 କିଲୋମିଟର ଯାତ୍ରା କରାଯିବା ପାଇଁ ରଣନୀତି ସ୍ଥିର ହୋଇଛି । ଯାତ୍ରା ପରେ ଏହି କଣ୍ଟେନର 1ରେ ବିଶ୍ବାମ ନେବେ ରାହୁଲ । ତେଣୁ ରାହୁଲ ଯେପରି କିଛି ଅସୁବିଧା ଅନୁଭବ ନକରନ୍ତି ସେଥିପାଇଁ  ଦୃଷ୍ଟି ଦିଆଯାଇ କଣ୍ଟେନରକୁ ବ୍ୟବହାର ଉପଯୋଗୀ କରାଯାଇଛି ।

ରାହୁଲଙ୍କ କଣ୍ଟେନର ସହ  ଅନ୍ୟ 60ଟି  କଣ୍ଟେନରରେ 120ଜଣ ନେତାଙ୍କ ବିଶ୍ରାମ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ସବୁ ବ୍ୟବସ୍ଥା ରହିଛି ।

ରାହୁଲଙ୍କ କଣ୍ଟେନର 1ରେ ଗୋଟିଏ ସୋଫା ରହିଛି । ଏହା ସହ ଡବଲ ବେଡ ସହ ଆଟାଚ ବାଥରୁମ ମଧ୍ୟ ରହିଛି । କଣ୍ଟେନରରେ ଫ୍ରିଜ ମଧ୍ୟ ରହିଛି, କହିବାକୁ ଗଲେ ଘର ଭଳି ସବୁ ସୁବିଧା ରାହୁଲ ଗାନ୍ଧୀଙ୍କ ପାଇଁ କରାଯାଇଛି । 5 ଷ୍ଟାର ହୋଟେଲରେ ଯେଉଁ ସୁବିଧା ମିଳେ ରାହୁଲଙ୍କୁ ସବୁ ସୁବିଧା ଏହି କଣ୍ଟେନରରେ ମିଳିପାରିବ । ନେତାଙ୍କ ସହ ଆଲୋଚନା ପାଇଁ ଗୋଟିଏ କଣ୍ଟେନରକୁ ମିନି କନଫରେନସ ଭଳି ସୁବିଧା ଦିଆଯାଇଛି । କଣ୍ଟେନର 2ରେ ରାହୁଲଙ୍କ  ସୁରକ୍ଷାକର୍ମୀମାନେ ରହୁଥିବାବେଳେ ମହିଳାଙ୍କ ପାଇଁ 5ଟି କଣ୍ଟେନର ବ୍ୟବସ୍ଥା ରହିଛି ।

କଣ୍ଟେନର ଦେଖାରଖା କରିବା ପାଇଁ ହାଉସ କିପିଂ ଷ୍ଟାଫ ମଧ୍ୟ ରଖାଯାଇଛି । କହିବାକୁ ଗଲେ 5ଷ୍ଟାର ହୋଟେଲରେ ଯେଉଁ ସବୁ ସୁବିଧା ଥାଏ ରାହୁଲଙ୍କ  କଣ୍ଟେନର 1ରେ ସେହି ସବୁ ସୁବିଧା ମିଳିପାରିବ । ରାହୁଲଙ୍କ ଯାତ୍ରାକୁ ଅଧିକ ସୁଗମ କରିବା ପାଇଁ ଏହି ଶୀତତାପ ନିୟନ୍ତ୍ରିତ କଣ୍ଟେନରଗୁଡିକ  150 ଦିନ ଧରି ଭାରତ ଯୋଡୋ ଯାତ୍ରା ସହ ରହିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.