ଆଡିଲେଡ: ଚଳିତ ଇଂଲଣ୍ଡ ବିପକ୍ଷ ଆଶେସ ସିରିଜରେ ଟ୍ରେଭିସ ହେଡଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ସୁବିଧାଜନକ ସ୍ଥିତିରେ ରହିଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୪ ୱିକେଟ ବିନିମୟରେ ୨୭୧ ରନ ସଂଗ୍ରହ କରି ୩୫୬ ରନର ଅଗ୍ରଣୀ ହାସଲ କରି ନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ହେଡ ୧୪୨ ଓ ଆଲେକ୍ସ କ୍ୟାରୀ ୫୨ ରନ କରି ଅପରାଜିତ ରହିଛନ୍ତି । ଜୋଶ ଟଙ୍ଗ ୨ଟି ୱିକେଟ ନେଇଥିବା ବେଳେ ବ୍ରେଣ୍ଡନ କୋର୍ସ ଓ ୱିଲ ଜ୍ୟାକ୍ସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।
ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୭୧ ରନ ଜବାବରେ ଇଂଲଣ୍ଡ ୨୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ବେନ ଷ୍ଟୋକ୍ସ ସର୍ବାଧିକ ୮୩ ରନ କରିଥିଲେ । ଜୋଫ୍ରା ଆର୍ଚ୍ଚର ଗୁରୁତ୍ୱପୂର୍ଣ୍ଣ ୫୧ ରନର ସହଯୋଗ ପ୍ରଦାନ କରିଥିଲେ । ପ୍ୟାଟ କୁମିନ୍ସ ଓ ସ୍କଟ ବୋଲାଣ୍ଡ ୩ଟି ଲେଖାଏଁ ୱିକେଟ ନେଇଥିଲେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଇଂଲଣ୍ଡକୁ ଏହି ମ୍ୟାଚରେ ବିଜୟ ହାସଲ ଜରୁରୀ ଥିଲେ ମଧ୍ୟ ଦଳ ଏବେ ପୂନର୍ବାର ଆଶେସ ସିରିଜ ହାତଛଡା କରିବା ନିକଟତର ହୋଇଛି