Latest Odisha News

ତୃତୀୟ କ୍ରିକେଟ ଟେଷ୍ଟ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୭ ରନରେ ଅଗ୍ରଣୀ

ଇନ୍ଦୋର: ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୭ ରନର ଅଗ୍ରଣୀ ହାସଲ କରିନେଇଛି । ଭାରତ ପ୍ରଥମ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୦୯ ରନରେ ଅଲଆଉଟ ହୋଇ ଯାଇଥିଲା । ବିରାଟ କୋହଲି ୨୨ ଓ ଶୁଭମନ ଗିଲ ୨୧ ରନ ସଂଗ୍ରହ କରିଥିଲେ । ମାଥ୍ୟୁ କୁହେମ୍ୟାନ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ହାସଲ କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ୪ ୱିକେଟ ବିନିମୟରେ ୧୫୬ ରନ ସଂଗ୍ରହ କରି ନେଇଛି । ଉସମାନ ଖ୍ୱାଜା ୬୦ରନ କରିଥିଲେ । ପିଟର ହ୍ୟାଣ୍ଡସକମ୍ବ ୭ ଓ କ୍ୟାମରେନ ଗ୍ରୀନ ୬ ରନ କରି ଅପରାଜିତ ରହିଛନ୍ତି । ରବୀନ୍ଦ୍ର ଜାଡେଜା ଭାରତ ପକ୍ଷରୁ ୪ଟି ଯାକ ୱିକେଟ ହାସଲ କରିଛନ୍ତି ।

ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ଲୋକେଶ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲ ଓ ଉମେଶ ଯାଦବଙ୍କ ବଦଳରେ ମହମ୍ମଦ ସାମିଙ୍କୁ ସାମିଲ କରାଯାଇଥିଲା । ଟସ ଜିତି ଭାରତୀୟ ଦଳ ବ୍ୟାଟିଂ ନେଇଥିଲେ ମଧ୍ୟ ଏହା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ୪ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହିଛି ।

Comments are closed.