Latest Odisha News

BREAKING NEWS

ସରିଲା ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ, ଗୃହ ମୁଲତବି

ଭୁବନେଶ୍ୱର: ହଟ୍ଟଗୋଳ ମଧ୍ୟରେ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦିନ ଶେଷ ହୋଇଛି । ଏଥିସହ ବିଧାନସଭାକୁ ବାଚସ୍ପତି ଆସନ୍ତା ୧୦ ତାରିଖ ଯାଏ ମୁଲତବି ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ଅଧିବେଶନର ଶେଷ ଦିନରେ ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ ।

କଂଗ୍ରେସ ବିଧାୟକ ତାରାବାହିନୀ ପତି ଗ୍ୟାସ ଦର ବୃଦ୍ଧିକୁ ହୋ ହଲ୍ଲା କରିଥିବା ବେଳେ ବିଜେପି ବିଧାୟକ ପୋଲିସର କାର୍ଯ୍ୟାନୁଷ୍ଠାନକୁ ହଟ୍ଟଗୋଳ କରିଥିଲେ । ହଟ୍ଟଗୋଳକୁ ଦେଖି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ।

ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭାର ବଜେଟ୍ ଅଧିବେଶନ । ୨୩ ତାରିଖରେ ଗୃହରେ ଉପସ୍ଥାପିତ ହୋଇଥିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୪ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ ।

ଚଳିତ ବିଧାନସଭା ବଜେଟ୍ ଅଧିବେଶନ ୨ଟି ପର୍ଯ୍ୟାୟରେ ବସୁଛି । ଯାହାକି ଏପ୍ରିଲ୍ ୬ ତାରିଖରେ ଶେଷ ହେବ । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହେବ ।

Leave A Reply

Your email address will not be published.