Latest Odisha News

BREAKING NEWS

ବିଗୁଡ଼ୁଛି ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା, ସମସ୍ତଙ୍କ ଆଶୀର୍ବାଦ ମାଗିଲେ ଅଭିନେତା ଶ୍ରୀତମ

ଭୁବନେଶ୍ୱର: ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି । ଗତ ସପ୍ତାହରେ ଚିକିତ୍ସା ପାଇଁ ଦିଲ୍ଲୀର ଇନଷ୍ଟିଚ୍ଯୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନ୍ସରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ବି ପିଣ୍ଟୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

BjdElectrycity

ଅଭିନେତା ଶ୍ରୀତମ ଦାସ, ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସୂଚନା ଦେଇଛନ୍ତି । ମେଡିକାଲ ବେଡରେ ପିଣ୍ଟୁଙ୍କ ଫଟୋ ସହ ଶ୍ରୀତମ ସେୟାର କରିଛନ୍ତି ମେଡିକାଲ୍ ସାର୍ଟିଫିକେଟର ଫଟୋ । ଲେଖିଛନ୍ତି, ପିଣ୍ଟୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ତାଙ୍କୁ ସମସ୍ତଙ୍କ ଆଶୀର୍ବାଦ ଦରକାର । ଜୟ ଜଗନ୍ନାଥ ।

ଓଡ଼ିଆ ଫିଲ୍ମରେ ପିଣ୍ଟୁ ନନ୍ଦ ଖଳନାୟକ ଭୂମିକାରେ ନଜର ଆସୁଥିଲେ । ନିକଟରେ ତାଙ୍କ ଦେହ ଖରାପ ହେବା ପରେ ଡାକ୍ତର ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ କହିଥିଲେ । ଯେଉଁଥିପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଥିବାବେଳେ ଚିକିତ୍ସାରେ ପ୍ରାୟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ନେଇ ମେଡିକାଲ ପକ୍ଷରୁ ଆକଳନ କରାଯାଇଛି ।

ତେବେ ଅଙ୍ଗଦାନକାରୀ ଅଭାବରୁ ଫେବ୍ରୁଆରୀ ୨୫ ତାରିଖରେ ଦିଲ୍ଲୀରୁ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । ପୂର୍ବରୁ ପିଣ୍ଟୁଙ୍କ ପରିବାର ସଦସ୍ୟ ଯକୃତ ଦାନ କରିବାର ଥିଲା । କିନ୍ତୁ ବ୍ଲଡ ଗ୍ରୁପ ଓ ଅନ୍ୟ କାରଣରୁ ତାହା ସମ୍ଭବ ହୋଇ ପାରି ନଥିଲା ।

Leave A Reply

Your email address will not be published.