Latest Odisha News

BREAKING NEWS

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ କରିବେ ୨୦୨୩ ମହିଳା ବିଶ୍ୱକପ୍ ଫୁଟବଲ୍ ଆୟୋଜନ

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ମିଳିଲା ୨୦୨୩ ଫିଫା ମହିଳା ଫୁଟବଲ୍ ବିଶ୍ୱକପ୍ ଆୟୋଜନ ଭାର । ମିଳିତ ଭାବରେ ଦୁଇ ଦେଶ ଏହାକୁ ଆୟୋଜନ କରିବେ । କଲୋମ୍ବିଆକୁ ପଛରେ ପକାଇ ନିଲାମରେ ବାଜି ମାରିଥିଲେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ୨୨-୧୩ ଭୋଟରେ ଆଗରେ ରହିଥିଲେ ।

ଜୁଲାଇ କିମ୍ୱା ଅଗଷ୍ଟରେ ହୋଇପାରେ ୨୦୨୩ ମହିଳା ଫୁଟବଲ ଓ୍ୱାର୍ଲଡ କପ୍ । ଅଷ୍ଟ୍ରେଲିଆରେ ସାତ ଓ ନ୍ୟୁଜିଲାଣ୍ଡରେ ପାଞ୍ଚଟି ସହରରେ ମ୍ୟାଚ ଆୟୋଜନ ନେଇ ଫିଫା ପରିଷଦ ବୈଠକରେ ପ୍ରସ୍ତାବ ଦିଆଯାଇଛି । ମୋଟ୍ ୧୩ଟି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍। ଉଦଘାଚନୀ ମ୍ୟାଚ ଅକଲ୍ୟାଣ୍ଡର ଇଡେନ୍ ପାର୍କ ଓ ଫାଇନାଲ ସିଡନୀରେ ଖେଳାଯାଇପାରେ ।

୨୦୨୩ ମହିଳା ଫୁଟବଲ୍ ବିଶ୍ୱକପରେ ଅଧିକ ୮ଟି ଟିମ୍ ଅଂଶଗ୍ରହଣ କରିବେ । ଆଗାମୀ ସଂସ୍କରଣରେ ୩୨ଟି ଟିମ୍ ସାମିଲ ହେବେ । ଗତ ୨୦୧୯ ବିଶ୍ୱକପରେ ମୋଟ୍ ୨୪ଟି ଟିମ୍ ଭାଗ ନେଇଥିଲେ । ଏହା ହେବ ନବମ ଫିଫା ମହିଳା ବିଶ୍ୱକପ୍ ଫୁଟବଲ।

Leave A Reply

Your email address will not be published.