ସିଡନୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭୨ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଆଗୁଆ ରହି ଆଗୁଆ ସିରିଜ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫୦ ଓଭରରେ ୮ ୱିକେଟ ହରାଇ ୨୮୦ ରନ କରିଥିଲା । ଷ୍ଟିଭ ସ୍ମିଥ ୯୪, ମାର୍କସ ଲାବୁସାଗନେ ୫୮ ଓ ମିଚେଲ ମାର୍ଶ ୫୦ ରନ କରିଥିଲେ । ଅଡିଲ ରଶିଦ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । କ୍ରିସ ୱକ୍ସ ଓ ଡେଭିଡ ୱିଲୀ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ୨୮୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୩୮.୫ ଓଭରରେ ୨୦୮ ରନ କରି ଅଲଆଉଟ ହୋଇ ଯାଇଥିଲା ।
ସାମ ବିଲିଂସ ୭୧, ଜେମ୍ସ ଭିନସେ ୬୦ ରନର ଇନିଂସ ଖେଳିଥିଲେ । ଆଦାମ ଜାମ୍ପା ଓ ମିଚେଲ ଷ୍ଟାର୍କ ୪ଟି ଲେଖାଁଏ ୱିକେଟ ନେଇ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଜୋସ ହାଜେଲଉଡ ୨ଟି ୱିକେଟ ନେଇଥିଲେ । ଜାମ୍ପା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
Comments are closed.