Latest Odisha News

BREAKING NEWS

ଦଶନ୍ଧି ପରେ ବି ଆଇସିସି ଟ୍ରଫି ଭାରତ ପାଇଁ ହେଲା ସ୍ୱପ୍ନ

ଲଣ୍ଡନ: ଏଠାରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ୨୦୯ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏଥିସହ ଭାରତର ଆଇସିସି ଟ୍ରଫି ହାତେଇବା ସ୍ୱପ୍ନ ପୁଣି କିଛି ଦିନ ପାଇଁ ଘୁଂଚିଯାଇଛି । ଓଭାଲରେ ଖେଳା ଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିଲା । ଜବାବରେ ଭାରତ ୨୯୬ ରନ କରି ୧୭୩ ରନରେ ପଛୁଆ ଥିଲା । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୭୦ ରନରେ ଇନିଂସ ଘୋଷଣା କରି ଭାରତ ସମ୍ମୁଖରେ ୪୪୪ ରନର ଟାର୍ଗେଟ ରଖିଥିଲା । ରୋହିତ ଶର୍ମା ୪୩, ବିରାଟ କୋହଲି ୪୯, ଅଜିଙ୍କ୍ୟ ରାହାଣେ ୪୬ ଓ ଶ୍ରୀକର ଭରତ ୨୩ ରନ କରିଥିଲେ । ନାଥାନ ଲିୟନ ୪ଟି ଓ ସ୍କଟ ବୋଲାଣ୍ଡ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଏଥିସହ ଅଷ୍ଟ୍ରେଲିଆ ପ୍ରଥମ ଟିମ ଭାବେ ଆଇସିସିର ସମସ୍ତ ଚାମ୍ପିୟନଶିପରେ ଟ୍ରଫି ହାସଲ କରିବା ଗୌରବ ଅର୍ଜନ କରିଛି । ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପରାଜୟବରଣ କରିଛି । ଏହା ପୂର୍ବରୁ ଗତ ସଂସ୍କରଣରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ହାରିଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ଟ୍ରେଭିଡ ହେଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.