Latest Odisha News

BREAKING NEWS

ଧର୍ମେନ୍ଦ୍ରଙ୍କ ନାତି କରଣଙ୍କ ବିବାହ ୧୮ରେ, ପ୍ରସ୍ତୁତି ଚାଲିଛି ଜୋରସୋରରେ

ମୁମ୍ବାଇ: ବଲିଉଡର ଭେଟରାନ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି ତଥା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ବିବାହ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ । ବିବାହ ଖୁବ୍ କମ ଦିନ ଥିବାରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏନେଇ ଧର୍ମେନ୍ଦ୍ରଙ୍କ ଜୁହୁସ୍ଥିତ ଘରକୁ ସୁନ୍ଦର ଭାବେ ସଜ୍ଜାଯାଉଛି ।

ନାତିଙ୍କ ବିବାହକୁ ନେଇ ଧର୍ମେନ୍ଦ୍ର ବହୁତ ଖୁସି ଅଛନ୍ତିି । ବହୁ ଦିନ ପରେ ଘରେ ବିବାହ ଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ସମସ୍ତେ ବେଶ୍ ଉତ୍ସାହିତ ଅଛନ୍ତି । କରଣ ତାଙ୍କ ପ୍ରେମିକା ଦ୍ରିଶାଙ୍କୁ ବିବାହ କରିବେ । ଦ୍ରିଶା ହେଉଛନ୍ତି ସିନେମା ନିର୍ମାତା ବିମଳ ରାଏଙ୍କ ଅଣନାତୁଣୀ ।

ଧର୍ମେନ୍ଦ୍ର କହିଛନ୍ତି ଯେ, କରଣ ବହୁତ ଭଲ ପିଲା । ସେ ସମସ୍ତଙ୍କ ବହୁତ ଯତ୍ନ ନିଏ । ଭଗବାନଙ୍କ କୃପାରୁ ତାକୁ ଗୋଟେ ଭଲ ସାଥୀ ମିଳି ଯାଇଛି, ଏଥିପାଇଁ ମୁଁ ବହୁତ ଖୁସି ଅଛି । ଦ୍ରିଶା ଖୁବ ସଂସ୍କାରି ଝିଅ । ସେ ଖୁବ୍‌ଶୀଘ୍ର ଦେଓଲ ପରିବାରର ବୋହୂ ହେବାକୁ ଯାଉଛନ୍ତି । ତାଙ୍କୁ ଆମ ଘରକୁ ସ୍ୱାଗତ ।’

କିଛି ବର୍ଷ ହେଲା କରଣ ଓ ଦ୍ରିଶା ପରସ୍ପରକୁ ଡେଟ୍ କରୁଥିଲେ । ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ନିକଟରେ ତାଙ୍କ ନିର୍ବନ୍ଧ ଆୟୋଜିତ ହୋଇଥିଲା । ଏଥିରେ ଉଭୟଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.