Latest Odisha News

ଜୁନିୟର ଏସିଆ କପ ମହିଳା ହକି: କୋରିଆକୁ ହରାଇ ଭାରତ ଚାମ୍ପିୟନ

ନୂଆଦିଲ୍ଲୀ: ଜାପାନର କାକାମିଗାହାରାରେ ଅନୁଷ୍ଠିତ ଜୁନିୟର ଏସିଆ କପ ମହିଳା ହକିରେ ଭାରତ ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୨-୧ ଗୋଲରେ କୋରିଆକୁ ହରାଇ ଭାରତ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ଅନୁ ଓ ନୀଲମ ଯଥାକ୍ରମେ ୨୨ତମ ଓ ୪୧ତମ ମିନିଟରେ ଭାରତ ପକ୍ଷରୁ ଗୋଲ ସ୍କୋର କରିଥିଲେ । ସେୟେନ ପାର୍କ କୋରିଆ ପକ୍ଷରୁ ଏକମାତ୍ର ଗୋଲଟି ଦେଇଥିଲେ । ଏଥିସହ ଭାରତ ଚିଲିରେ ହେବାକୁ ଥିବା ମହିଳା ଜୁନିୟର ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛି । ହକି ଇଣ୍ଡିଆର ଏକଜିକ୍ୟୁଟିଭ ବୋର୍ଡ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ।

ଭାରତର ପ୍ରଦର୍ଶନ ନେଇ ହକି ଇଣ୍ଡିଆ ସଭାପତି ତଥା ପଦ୍ମଶ୍ରୀ ଦିଲୀପ ତିର୍କୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଖେଳାଳିମାcନଙ୍କ ପ୍ରଦର୍ଶନ ଆମକୁ ଗର୍ବିତ କରାଇଛି ବୋଲି ସେ କହିଛନ୍ତି । ରାଉଣ୍ଡ ରବିନ ଲିଗରେ ଆମେ କୋରିଆ ସହ ଆମ ମ୍ୟାଚ ୧-୧ରେ ଡ୍ର ରହିଥିଲା ବୋଲି ଅଧିନାୟିକା ପ୍ରୀତି କହିଛନ୍ତି । ଏହା ପରେ ଆମେ ଆମ ତ୍ରୁଟି ସୁଧାରିବା ଉପରେ ଗୁରୁତ୍ୱ ଦେଇଥିଲୁ । ସଂଗଠିତ ଏବଂ ଯୋଜନା ମୁତାବକ ଖେଳିବାରୁ ବିଜୟ ହାସଲ କଲୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.