Latest Odisha News

BREAKING NEWS

ଶୋଇଥିବାବେଳେ ଛାତ୍ରୀଙ୍କ ତଣ୍ଟି କାଟିଲା ସହପାଠୀ! ତଦନ୍ତ ଜାରି

ଅନୁଗୁଳ: ଜିଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଲେଡିଜ ହଷ୍ଟେଲରେ ଅଭାବନୀୟ କାଣ୍ଡ । ଜଣେ ଛାତ୍ରୀଙ୍କ ତଣ୍ଟି ତାଙ୍କ ସହପାଠୀ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ବିଳମ୍ବିତ ରାତିରେ ଶୋଇଥିବା ବେଳେ କେହି ସହପାଠୀ ତଣ୍ଟି କାଟି ଦେଇଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଅନୁଗୁଳ ନାକିଚି ଅଞ୍ଚଳର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ହଷ୍ଟେଲରେ ଶୋଇଥିବା ବେଳେ ତାଙ୍କ ତଣ୍ଟିକୁ କେହି ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ହଷ୍ଟେଲ କର୍ତ୍ତୃପକ୍ଷ ଖବରପାଇ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସକାଳେ ସାମାନ୍ୟ ସୁସ୍ଥ ହେବା ପରେ ଛାତ୍ରୀ ଓ ତାଙ୍କ ପରିବାର ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ଲେଡିଜ ହଷ୍ଟେଲରେ ପହଞ୍ଚି ତଦନ୍ତ କରୁଛି । ତେବେ କିଏ ଓ କାହିଁକି କାଟିଛି ସେ ନେଇ ଛାତ୍ରୀ ଜଣଙ୍କ କହି ପାରୁନଥିବା ବେଳେ ଛାତ୍ରୀ ଜଣଙ୍କ ନିଜେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ବୋଲି ପୋଲିସ ସନ୍ଦେହ ମଧ୍ୟ କରୁଛି । ଉଭୟ ଦିଗରୁ ପୋଲିସ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.