ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ପରଲୋକରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସିମଣ୍ଡସ୍ । ଏକ କାର୍ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା । ଗତକାଲି ରାତିରେ ନିଜେ କାର୍ ଚଳାଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ସିମଣ୍ଡସ୍ । କୁଇନସଲ୍ୟାଣ୍ଡରେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସିମଣ୍ଡସଙ୍କ ବିୟୋଗରେ କ୍ରିକେଟ ଦୁନିଆରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ସମସାୟିକ ତଥା ବହୁ ବଡ଼ ବଡ଼ କ୍ରିକେଟର ଶୋକବ୍ୟକ୍ତ କରିଛନ୍ତି । ସେନ୍ ଓ୍ୱାର୍ଣ୍ଣଙ୍କ ପରେ ଆଉ ଜଣେ ମହାନ୍ ଖେଳାଳିଙ୍କୁ ହରାଇଛି ଅଷ୍ଟ୍ରେଲିଆ । ତାଙ୍କ ସମୟରେ ଜଣେ ଧୁରନ୍ଧର ଅଲରାଉଣ୍ଡର ଥିଲେ ସିମଣ୍ଡସ୍ ।
Think of your most loyal, fun, loving friend who would do anything for you. That’s Roy. 💔😞
— Adam Gilchrist (@gilly381) May 15, 2022
୧୯୯୮ ମସିହାରେ ଅଷ୍ଟ୍ରେଲିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ସିମଣ୍ଡସ୍ । ନିଜ ଦଳ ପାଇଁ ୨୬ଟି ଟେଷ୍ଟ ଖେଳିଥିଲେ । ୧୯୮ଟି ଦିନିକିଆରେ ହାସଲ କରିଥିଲେ ୫,୦୮୮ ରନ୍ । ୧୪ଟି ଟି-ଟ୍ୱେଣ୍ଟି ବି ଖେଳିଥିଲେ ।
Shocking news to wake up to here in India. Rest in peace my dear friend. Such tragic news 💔🥲 pic.twitter.com/pBWEqVO6IY
— VVS Laxman (@VVSLaxman281) May 15, 2022
୨୦୦୩ ଓ ୨୦୦୭ ବିଶ୍ୱକପ୍ କ୍ରିକେଟ ବିଜୟୀ ଟିମର ସଦସ୍ୟ ଥିଲେ ସିମଣ୍ଡସ । ୨୦୦୯ ମସିହାରେ କ୍ରିକେଟରୁ ଅବସର ନେଇଥିଲେ । ସେ ଆଇପିଏଲ୍ ବି ଖେଳିଥିଲେ । ତାଙ୍କ ଅକାଳ ବିୟୋଗ ସାରା କ୍ରିକେଟ ଦୁନିଆକୁ ସ୍ତବ୍ଧ କରି ଦେଇଛି ।
Heartbreaking. Aussie cricket losing another hero.
Stunned. Co-team members 2003 World Cup. Amazing talent.
RIP SIMMO 😥
— Michael Bevan (@mbevan12) May 15, 2022
Comments are closed.