Latest Odisha News

BREAKING NEWS

ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତି ଦେଇଥିବା ଯୁବକଙ୍କ ମୃତ୍ୟୁ

ଗତକାଲି ସନ୍ଧ୍ୟାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ

ବ୍ରହ୍ମପୁର: ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତ ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକ ହେଲେ ଛତ୍ରପୁର ବୋରିଗାଁର ବାଦଲ ସାହୁ । ନିଜ ଦେହରେ ପେଟ୍ରୋଲ ଢାଳି ଗତକାଲି ନିଆଁ ଲଗାଇ ଦେଇଥିଲେ ।

ଗତକାଲି ସନ୍ଧ୍ୟାରେ ଏସପିଙ୍କ ଅଫିସ ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ବାଦଲ । ଏଥିରେ ତାଙ୍କର ପୁରା ଶରୀର ଜଳି ଯାଇଥିଲା । ତେବେ ସେ କାହିଁକି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ନିଷ୍ପତ୍ତି ନେଲେ ତାହା ଜଣା ପଡିନାହିଁ ।

ଗଞ୍ଜାମ ଏସପି କହିଛନ୍ତି, ବାଦଲଙ୍କ ନାଁରେ ଏକ ଗାଳିଗୁଳଜ ମାମଲା ରୁଜୁ ହୋଇଥିଲା । ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ ଚାଲିଥିଲା । ବାଦଲ କାହିଁକି ନିଜ ଦେହରେ ନିଆଁ ଲଗାଇ ଆତ୍ମହୂତ ଦେଲେ ତାହା ଜଣାପଡିନି । ତଦନ୍ତ ପରେ ପ୍ରକୃତ ତଥ୍ୟ ସାମନାକୁ ଆସିବ ବୋଲି ଗଞ୍ଜାମ ଏସପି କହିଛନ୍ତି ।

Leave A Reply

Your email address will not be published.