Latest Odisha News

BREAKING NEWS

ଜୋତାରେ ମଦ ଢାଳି ପିଇଲେ ଅଷ୍ଟ୍ରେଲିଆ ଖେଳାଳି, ଦେଖନ୍ତୁ ସେଲିବ୍ରେସନ୍ ଭିଡିଓ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ୧୪ ବର୍ଷ ପରେ ଅଷ୍ଟ୍ରେଲିଆ ହାତରେ ଲାଗିଛି ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୨୦୨୧ରେ କଙ୍ଗାରୁ ବାହିନୀର ଚାମ୍ପିଅନ୍ ସ୍ୱପ୍ନ ସାକାର ହୋଇଛି । ନ୍ୟୁଜିଲାଣ୍ଡଠାରୁ ମ୍ୟାଚ୍ ଜିତିବା ପରେ ପାର୍ଟିରେ ମସଗୁଲ୍ ହୋଇଥିଲା ଟିମ୍ । ଡ୍ରେସିଂ ରୁମରେ ଜବରଦସ୍ତ ସେଲିବ୍ରେସନ୍ କରିଥିଲେ । ସାମ୍ପେନ୍ ମାଡ଼ ହୋଇଥିଲା । ଡ୍ୟାନ୍ସରେ ଝୁମିଥିଲେ ଟିମ୍ ମେମ୍ବର । ସେଲିବ୍ରେସନ୍ ବେଳରେ ଏକ ଭିଡିଓକୁ ନେଇ ଏବେ ସବୁଠୁ ଚର୍ଚ୍ଚା । ଅଷ୍ଟ୍ରେଲିଆ ଖେଳାଳି ବିଜୟ ଖୁସିରେ ଏମିତି ପାଗଳ ହୋଇଥିଲେ ଯେ ପାଦରୁ ଜୋତା କାଢ଼ି ସେଥିରେ ଡ୍ରିଙ୍ଗସ୍ ପକାଇ ପିଇଥିଲେ ।

ଆଇସିସି ଅଷ୍ଟ୍ରେଲିଆର ସେଲିବ୍ରେସନର ଏହି ଭିଡିଓ ଟ୍ୱିଟ କରି ସେୟାର କରିଛି । ଭିଡିଓରେ ଦେଖିବାକୁ ମିଳିଛି ମାଥ୍ୟୁ ଓ୍ୱାଡେ, ମାର୍କସ ଷ୍ଟୋଇନିସ୍ ନିଜ ପାଦରୁ ଜୋତା କାଢ଼ି ସେଥିରେ ବିଅର ଢାଳିଥିଲେ । ପରେ ପିଇ ଦେଇଥିଲେ । ଟ୍ରଫି ଆଗରେ ମନଖୋଲି ଡ୍ୟାନ୍ସ କରିଥିଲେ ସମସ୍ତ ଖେଳାଳି ।

ଜୋତାରେ ବିଅର ଢାଳି ପିଇବା ଅଷ୍ଟ୍ରେଲିଆ ଲୋକଙ୍କର ଏକ ପୁରୁଣା ପରମ୍ପରା । ଏହାକୁ ଶୁଇ ବୋଲି କୁହାଯାଏ । ଏଥିରେ ବିଶେଷ କରି ଜୋତାରେ ବିଅର ଢଳାଯାଇଥାଏ । କେହି କେହି ମଦ ବି ଢାଳି ପିଅନ୍ତି । ୨୦୧୬ରେ ମୋଟର ସାଇକେଲ୍ ରେସର ଜ୍ୟାକ୍ ମିଲର ବିଜୟ ପରେ ଖୁସିରେ ଏଭଳି ଜୋତାରେ ମଦ ଢାଳି ପିଇ ସେଲିବ୍ରେସନ୍ କରିଥିଲେ । ସେହିପରି ଫର୍ମୁଲା ଗ୍ରାଁ ପ୍ରି ଷ୍ଟାର ଓ ଅନ୍ୟ ଖେଳାଳି ବି ଏଭଳି ବିଜୟ ଖୁସି ମନାଇଥିବା ନଜରି ରହିଛି ।


ଗତକାଲି ଟି-ଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ୮ ଓ୍ୱିକେଟରେ ହରାଇ ପ୍ରଥମ ଥର ଚାମ୍ପିଅନ୍ ମୁକୁଟ ପିନ୍ଧିଛି ଅଷ୍ଟ୍ରେଲିଆ । ସେପଟେ ନ୍ୟୁଜିଲାଣ୍ଡକୁ ଲଗାତାର ତୃତୀୟ ବିଶ୍ୱକପ ଫାଇନାଲରେ ପରାଜୟର ସାମନା କରିବାକୁ ପଡ଼ିଛି ।

Leave A Reply

Your email address will not be published.