Latest Odisha News

BREAKING NEWS

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ଶୀତ ସାହିତ୍ୟ ଆସର

ଭୁବନେଶ୍ୱର : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଶୀତ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର “ଶାରଦୀୟ ବିଶେଷାଙ୍କ” ପତ୍ରିକା ଉନ୍ମୋଚିତ ହୋଇଥିଲା ।

ଚକ୍ରଧର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରମାକାନ୍ତ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ, ବିଜୟଲକ୍ଷ୍ମୀ ପ୍ରହରାଜ ଓ ଅନ୍ତର୍ଯ୍ୟାମୀ ତ୍ରିପାଠୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।ସମାଜ ଗଠନରେ ସାହିତ୍ୟର ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ପରିଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.