Latest Odisha News

ଜାପାନ ରାଜକୁମାରୀ ମାକୋଙ୍କ ପ୍ରେମ ବିବାହ: ଏବେ ଦେଶ, ରାଜମହଲ ଛାଡି ରହିବେ ନ୍ୟୁୟର୍କରେ

ଟୋକିଓ: ପ୍ରେମ ପାଇଁ ଜାପାନ ରାଜକୁମାରୀ ମାକୋ ସବୁ କିଛି ଛାଡିଲେ । ନିଜ ପ୍ରିୟର ମଣିଷଟିକୁ ପାଇବା ପାଇଁ ସେ ରାଜମହଲ, ରାଜକୀୟ ସମ୍ମାନ ଓ ଶେଷର ଦେଶ ବି ଛାଡିଲେ । ଗତ ମାସରେ ମାକୋ ଏବଂ କେଇ କୋମୁରୋ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଗତକାଲି ରାତିରେ ସେମାନେ ନ୍ୟୁୟର୍କରେ ପଂହଚିଛନ୍ତି । ଟୋକିଓର ହାନେଡା ବିମାନ ବନ୍ଦର ଛାଡିବା ବେଳେ ଦେଶର ସମସ୍ତ ପ୍ରମୁଖ ନ୍ୟୁଜ ଚ୍ୟାନେଲ ଏହାର ପ୍ରସାରଣ କରିଥିଲା ।

ଜାପାନ ରାଜପରିବାର ନିୟମ ଅନୁସାରେ ସାଧାରଣ ନାଗରିକଙ୍କୁ ବିବାହ କଲେ ରାଜକୀୟ ସମ୍ମାନ ଛଡାଇ ନିଆଯିବ । ମାକୋ ଏହା ଜାଣିବା ସତ୍ୱେ କେଇଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ । କେଇ ନ୍ୟୁୟର୍କର ଏକ ଲ ଫାର୍ମରେ କାର୍ଯ୍ୟ କରୁଛନ୍ତି । ଉଭୟ ଏଠାରେ ଏକ ସାଧାରଣ ଫ୍ଲାଟରେ ପାରିବାରିକ ଜୀବନ ଆରମ୍ଭ କରିବେ ।

Leave A Reply

Your email address will not be published.