Latest Odisha News

BREAKING NEWS

ପରିବା ବ୍ୟବସାୟୀଙ୍କ ଉପରେ ଚଢ଼ିଗଲା ପିକଅପ୍ ଭ୍ୟାନ, ଜଣେ ମୃତ, ୩ ଗୁରୁତର 

ଟିଟିଲାଗଡ଼: ପରିବା ବ୍ୟବସାୟ ସମୟରେ ଘଟିଲା ଅଘଟଣ । ଟିଟିଲାଗଡ଼ ପୋଲିସ ଥାନା ନିକଟରେ ଥିବା ପରିବା ହାଟ ଉପରେ ଚଢିଗଲା ପିକ୍‌ଅପ୍‌ ଭ୍ୟାନ । ଘଟଣା ସ୍ଥଳରେ ଜଣେ ପରିବା ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ପରିବା ବିକାଳୀ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଟାଉନ୍‌ ଉପରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି ।

ପ୍ରତି ଦିନଭଳି ଆଜି ପରିବା ବେପାରୀମାନେ ଟିଟିଲାଗଡ଼ ଓଭରବ୍ରିଜ୍‌ ତଳେ ପରିବା ବେପାର କରୁଥିଲେ । ତେବେ ବେପାର ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପନିପରିବା ଦୋକାନୀଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତ ମହିଳାଙ୍କ ଘର ଟିଟିଲାଗଡ଼ ମଦଭାଟି ପଡାର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.