Latest Odisha News

BREAKING NEWS

କୋଭିଡ-୧୯କୁ ଭଲ କରିବ ଏଚଆଇଭି ଓ ମ୍ୟାଲେରିଆ ପାଇଁ ବ୍ୟବହୃତ ହେଉଥିବା ଔଷଧ: ଅଷ୍ଟ୍ରେଲିଆ ବିଶେଷଜ୍ଞ

ମେଲବୋର୍ନ : କରୋନା ଭାଇରସ ସମ୍ପର୍କୀତ ଖବର ଉପରେ ଏବେ ସମସ୍ତେ ନଜର ରଖିଛନ୍ତି । ଅଷ୍ଟ୍ରେଲିଆ ବିଶେଷଜ୍ଞଙ୍କ ମତରେ ଏ ନେଇ ନୂତନ ତଥ୍ୟ ପ୍ରଦାନ କରିଛନ୍ତି । ଅଷ୍ଟ୍ରେଲିଆର ବିଶେଷଜ୍ଞମାନେ କହିଛନ୍ତି ଆମ ପାଖରେ ଥିବା ୨ଟି ଔଷଧ ଦ୍ୱାରା କୋଭିଡ-୧୯କୁ ଆରୋଗ୍ୟ କରାଯାଇ ପାରିବ। ଏଥିମଧ୍ୟରୁ ଗୋଟିଏ ଏଚ୍‌ଆଇଭି ପାଇଁ ବ୍ୟବହାର ହେଉଥିବା ଔଷଧ, ଅନ୍ୟଟି ମ୍ୟାଲେରିଆ ପାଇଁ ବ୍ୟବହାର ହେଉଥିବା କ୍ଲେରୋକୁଇନ୍ ବୋଲି ସେମାନେ କହିଛନ୍ତି ।

ୟୁନିଭର୍ସିଟି ଅଫ୍ କୁଇନ୍ସଲାଣ୍ଡ ସେଣ୍ଟର ଫର୍ କ୍ଲିନିକାଲ ରିସର୍ଚ୍ଚର ନିର୍ଦ୍ଦେଶକ ଡାଭିଡ ପେଟରଶନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ଏବେ ମନୁଷ୍ୟ ଉପରେ ପରୀକ୍ଷା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଅଷ୍ଟ୍ରେଲିଆରେ ପ୍ରଥମେ କୋଭିଡ-୧୯ର ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହାର କରାଯାଇଥିବା ବେଳେ ରୋଗୀ ସମ୍ପୂର୍ଣ୍ଣ ଠିକ୍ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।

Comments are closed.