Latest Odisha News

BREAKING NEWS

କରୋନା ମୁକାବିଲା: ବିଶାଲ ଦେବ ଓ କ୍ରିଷନ କୁମାରଙ୍କୁ ସ୍ପେଶାଲ ଟାସ୍କ ଦାୟିତ୍ୱ

ଭୁବନେଶ୍ୱର: ଓଡିଶାର ଖେଳ ଓ ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବଙ୍କୁ ମୁଖ୍ୟ ସଚିବ ପାଇଁ ବିଶେଷ କର୍ତ୍ତବ୍ୟ ଅଧିକାରୀ (ଓଏସଡି) ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଶାସନିକ ଓ ଜନତା ଅଭିଯୋଗ ବିଭାଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ବିଶାଲ ଦେବଙ୍କୁ କୋଭିଡ-୧୯ ସଙ୍କଟର ମୁକାବିଲା କରିବା ସମ୍ବନ୍ଧରେ ନିଆଯାଉଥିବା ନିର୍ଣ୍ଣୟର ସଞ୍ଚାଳନ କରିବା ପାଇଁ ବିଭିନ୍ନ ଆଦେଶ ଜାରି କରିବାର କ୍ଷମତା ପ୍ରଦାନ କରାଯାଇଛି ।

ସେହିଭଳି କାର୍ଯ୍ୟ ସଚିବ ଡଃ କ୍ରିଷନ କୁମାରଙ୍କୁ ୧୦୪ କଲ ସେଣ୍ଟରର ସଞ୍ଚାଳନ ପାଇଁ କୋଭିଡ-୧୯ ଡିଜିଟାଲ ରେସପନ୍ସ ସିଷ୍ଟମର ପ୍ରଭାରୀ ଦାୟିତ୍ୱ ଏବଂ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ପଞ୍ଜିକରଣକୁ ବାଧ୍ୟତାମୂଳକ କରିବା ପାଇଁ ତିଆରି ହୋଇଥିବା ଅନଲାଇନ ପୋର୍ଟାଲର ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

Leave A Reply

Your email address will not be published.